ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୦୧ ବର୍ଷୀୟ ବୃଦ୍ଧ ମହିଳା ଶିଶୁ ଜନ୍ମ କରି ବିଶ୍ୱ ସହିତ ବିଜ୍ଞାନକୁ ବି ଭୁଲ ପ୍ରମାଣିତ କରିଛନ୍ତି। ଏହି ଖବର ଶୁଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘଟଣାଟି ଇଟାଲୀରେ ଘଟିଥିବା ଜଣାଯାଇଛି।

ଅନତୋଲିଆ ହ୍ଵର୍ଟାଡେଲା ନାମକ ମହିଳା ୧୦୧ ବର୍ଷ ବୟସରେ ୧୭ତମ ଶିଶୁ ଜନ୍ମ ଦେଇଥିଲେ। ପାଖାପାଖି ୯ ପାଉଣ୍ଡ ଓଜନର ଶିଶୁକୁ ଜନ୍ମ ଦେଇଥିଲେ ଅନତୋଲିଆ। ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ତାର ନାଁ ଫ୍ରାନସିକୋ ରହିଛି।

୪୮ବର୍ଷ ବୟସରେ ଅନତୋଲିଆ ହ୍ଵର୍ଟାଡେଲା ୧୬ଟି ଶିଶୁକୁ ଜନ୍ମ ଦେଇ ସାରିଥିଲେ। ୧୬ତମ ଶିଶୁକୁ ଜନ୍ମଦେବା ପରେ ଅନତୋଲିଆଙ୍କ ଅଣ୍ଡାଶୟରେ କ୍ୟାନସର ହୋଇଥିଲା। ପରେ  ଅଣ୍ଡାଶୟ ପ୍ରତିରୋପଣ ତୁର୍କିର ଏକ ଘରୋଇ କ୍ଲିନିକରେ ଡାକ୍ତର ପୋପୋଲିକିଙ୍କ ଦ୍ୱାରା କରାଯାଇଥିଲା। ଏହି ସର୍ଜରି ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। କାରଣ ପରିପକ୍ୱ ବୟସ ପରେ ବି ଅଣ୍ଡାଶୟ ପ୍ରତିରୋପଣ କରାଯାଇଥିଲା। ୧୦୧ବର୍ଷର ଅନତୋଲିଆ ହ୍ଵର୍ଟାଡେଲା ଏହି ଘଟଣାକୁ ଭଗବାନଙ୍କ ଆର୍ଶୀବାଦ ବୋଲି ମାନିଥିଲେ।

Comment