ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ ଇରାକର ଦିୟାଲିରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି। ଜଣେ ୨୫ ବର୍ଷୀୟ ମହିଳା ସ୍ୱାଭାବିକ ଭାବେ ଏକସଙ୍ଗେ ୭ଟି ଶିଶୁ ଜନ୍ମ ଦେଇଛନ୍ତି। ମହିଳାଙ୍କ ନାମକୁ ଗୋପନ ରଖାଯାଇଛି।  ମଧ୍ୟ-ପୂର୍ବ ଦେଶରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି ଯେଉଁଥିରେ ୬ଟି ଝିଅ ଏବଂ ଗୋଟିଏ ପୁଅ ଜନ୍ମ ନେଇଛନ୍ତି। ଉଭୟ ମା’ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଏଭଳି ଘଟଣା ଘଟିବ ବୋଲି ମହିଳା ଏବଂ ତାଙ୍କ ସ୍ୱାମୀ ୟୁସୁଫ କେବେ ବି କଳ୍ପନା କରିନଥିଲେ।

ବିଶ୍ୱରେ ଏଭଳି ଘଟଣା ମଧ୍ୟ ପୂର୍ବରୁ ଘଟିଛି। ୧୯୯୭ ମସିହାରେ ଆମେରିକାରେ ଅପେରସନ ଦ୍ୱାରା ସାତଜଣ ଶିଶୁଙ୍କୁ ଜନ୍ମ ଦେଇଥିଲେ ମହିଳା। କେନି ଏବଂ ବମ୍ବି ଗୋଟିଏ ଥରରେ ୭ଟି ଶିଶୁର ବାପା-ମା’ ହେବାର ସୌଭାଗ୍ୟଲାଭ କରିଥିଲେ।

ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ  ବ୍ୟକ୍ତିଗତ ଭାବେ  ଉକ୍ତ ପରିବାରକୁ ଭେଟି ଅଭିନନ୍ଦନ ଜଣାଇଥିଲେ। କ୍ଲିଣ୍ଟନ ଦମ୍ପତିଙ୍କ ଘରକୁ ଯାଇ ଆର୍ଥିକ ସାହାଯ୍ୟ ସହିତ ସମସ୍ତ ପିଲାଙ୍କ ସ୍କଲାରଶିପ୍ ବ୍ୟବସ୍ଥା କରିଥିଲେ।

ଇରାକରେ ମଧ୍ୟ ୨୦୧୩ରେ ଜଣେ ମହିଳା ଏକାଥରକେ ୬ଟି ଶିଶୁ ଜନ୍ମ ଦେଇଥିଲେ। ଯେଉଁଥିରେ ତିନିଟି ଝିଅ ଏବଂ ୩ଟି ପୁଅ ଥିଲେ।  ଲେବାନନର ଜର୍ଜ ବିଶ୍ୱବିଦ୍ୟାଳୟ ହସ୍ପିଟାଲର ଜଣେ ମହିଳା ଏହି ୬ଶିଶୁଙ୍କୁ ଜନ୍ମ ଦେଇଥିଲେ।

Comment