ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଜିଠୁ କେନ୍ଦ୍ର ବଜେଟ ଅଧିବଶେନ।
  • ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ।
  • ଫେବ୍ରୁଆରି ୧୩ରେ ହେବ ଶେଷ
  •  ମୋଦି ସରକାରଙ୍କ କାର୍ଯ୍ୟକାଳର ଶେଷ ବଜେଟ।
  • ଶୁକ୍ରବାର ଅରୁଣ ଜେଟଲୀଙ୍କ ସ୍ଥାନରେ ପିୟୁଷ ଗୋଏଲ ଉପସ୍ଥାପନ କରିବେ ବଜେଟ।

ଜାନୁଆରୀ ୩୧ରୁ କେନ୍ଦ୍ର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଉଭୟ ଗୃହର ସଦସ୍ୟଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଛି।

ଚଳିତ ଥର ଅରୁଣ ଜେଟଲୀଙ୍କ ସ୍ଥାନରେ ପିୟୁଷ ଗୋଏଲ ବଜେଟ ଉପସ୍ଥାପନ କରିବେ। ଏହା ମୋଦି ସରକାରଙ୍କ ଶେଷ ବଜେଟ। ସରକାରଙ୍କ କାର୍ଯ୍ୟକାଳର ଏହା ଶେଷ ବଜେଟ ହୋଇଥିବାରୁ ଏହା ମଧ୍ୟବର୍ତ୍ତୀକାଳୀନ ବଜେଟ।

ଅଧିବେଶନରେ ବିରୋଧୀ ଅନେକ ପ୍ରଶ୍ନ ନେଇ ସରକାରଙ୍କୁ ଘେରିପାରନ୍ତି। ବିଶେଷ କରି ବିରୋଧୀ ଅଧିବେଶନରେ ପୁଣି ରାଫେଲ ପ୍ରସଙ୍ଗ ଉଠାଇପାରନ୍ତି।

ପରମ୍ପରା ଅନୁସାରେ ନିର୍ବାଚନ ବର୍ଷରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥାନ୍ତି ଏବଂ କ୍ଷମତାକୁ ଆସିବା ପରେ ନୂଆ ସରକାର ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଥାନ୍ତି ।

ବୁଧବାର ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି  ବାଚସ୍ପତି ବୈଠକରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନିବେଦନ କରିଥିଲେ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସା ପାଇଁ ବିଦେଶ ଯାଇଥିବାରୁ ତାଙ୍କ ସ୍ଥାନରେ ପିୟୁଷ ଗୋଏଲ ବଜେଟ ଉପସ୍ଥାପନ କରିବେ।

Comment