ଓଡ଼ିଶାଲାଇଭ୍ ବ୍ୟୁରୋ

  • ପେବ୍ରୁଆରି ୬ରେ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ଦୁଇଟି ସାଧାରଣ ସଭାରେ ଦେବେ ଯୋଗ
  • ପ୍ରଥମେ କୋରାପୁଟ, ପରେ ଯିବେ ସୁନ୍ଦରଗଡ଼

ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜାତୀୟ ସ୍ତର ରାଜନେତାଙ୍କ ସୁଅ ଓଡ଼ିଶାକୁ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣି ଥରେ ଓଡ଼ିଶା ଆସୁଛନ୍ତି। ସେ ଫେବ୍ରୁଆରି ୬ରେ ଓଡ଼ିଶା ଆସିବେ। ୧୫ ଦିନ ଭିତରେ ରାହୁଲ ଗାନ୍ଧିଙ୍କର ଏହା ହେଉଛି ଦ୍ଵିତୀୟ ଓଡ଼ିଶା ଗସ୍ତ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି। ଏହି ଗସ୍ତରେ ରାହୁଲ ଦୁଇଟି ସାଧାରଣ ସଭାରେ ଯୋଗ ଦେବେ।

ରାହୁଲ ପ୍ରଥମେ କୋରାପୁଟ ଜିଲ୍ଲା ଗସ୍ତ କରି ଭବାନିପାଟଣାରେ ଏକ ସାଧାରଣ ସଭାରେ ସମ୍ବୋଧନ ଦେବେ। ଏହାପରେ ସେ ସୁନ୍ଦରଗଡ଼ରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେବେ।

ଏହାପୂର୍ବରୁ ଜାନୁଆରୀ ୨୫ରେ ରାହୁଲ ଓଡ଼ିଶା ଗସ୍ତ କରିଥିଲେ। ସେହି ଗସ୍ତରେ ସେ ବିଜେପି ଓ ବିଜେଡି ଉପରେ ବର୍ଷିଥିଲେ।

ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ ରାହୁଲ ଗାନ୍ଧି। ଓଡ଼ିଶାରେ ଏକ ଅମଲାତାନ୍ତ୍ରିକ ଏକଛତ୍ରବାଦ ଶାସନ ଚାଲିଛି। ନବୀନ ଓଡ଼ିଶାରେ ଏକଛତ୍ରବାଦ ଶାସନ ଚଳାଇଛନ୍ତି। ଏହି ଏକଛତ୍ରବାଦୀ ଶାସନରୁ ଓଡ଼ିଶାବାସୀଙ୍କୁ ମୁକ୍ତି ଦେବା କଂଗ୍ରେସର ଲକ୍ଷ୍ୟ କହିଥିଲେ ରାହୁଲ ।

ତେବେ ଏଥର ରାହୁଲଙ୍କର ଆଭିମୁଖ୍ୟ କ’ ଣ ରହିବ ସେନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Comment