ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପି ନେତା ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ରଙ୍କ ପାଖରେ ପହଞ୍ଚିଲା ଓଡ଼ିଶା ପୋଲିସର ନୋଟିସ୍। ଛତ୍ରପୁରର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ମାମଲାରେ ଏହି ନୋଟିସ୍ ଆସିଛି।

ଓଡ଼ିଶା ପୋଲିସର ସ୍ପେଶାଲ ମେସେଞ୍ଜରଙ୍କ ଜରିଆରେ ଏହି ନୋଟିସ୍ ଆସିଥିବା ଜଣାପଡ଼ିଛି।

ଗତ ୨୯ ତାରିଖରେ ଗୋଲକ ଏବଂ ଭୃଗୁଙ୍କୁ ଛତ୍ରପୁର ପୋଲିସ ନୋଟିସ କରିଥିବା ଖବର ପ୍ରସାରି ହୋଇଥିଲା। କିନ୍ତୁ ନୋଟିସ୍ ପାଇ ନଥିବା କହିଥିଲେ ଉଭୟ ନେତା। ଫେବ୍ରୁଆରି ୭ରେ ଗୋଲକ ଏବଂ ୯ରେ ଭୃଗୁ ଛତ୍ରପୁର ଥାନାରେ ହାଜର ହେବାକୁ ନୋଟିସ୍‌ରେ କୁହାଯାଇଛି।

୨୦୧୭ରେ ଲକ୍ଷ୍ମୀଦତ୍ତଙ୍କୁ କିଛି ଦୁବୃତ୍ତ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା ଗଞ୍ଜାମ ପୋଲିସ। ଏହି ଅଭିଯୁକ୍ତଙ୍କ ସହ ଗୋଲକ ମହାପାତ୍ରଙ୍କର ସଂପୃକ୍ତି ଥିବା ଅଭିଯୋଗ ଆସିଲା।

ଗୋଲକ ମହାପାତ୍ରଙ୍କୁ ଜେରା କରିବା ପାଇଁ ଛତ୍ରପୁର ପୋଲିସ ନୋଟିସ୍ ଦେଇଥିଲା। ନୋଟିସ୍ ପାଇଁ ଗୋଲକ ଛତ୍ରପୁର ଥାନାରେ ହାଜର ହୋଇ ପକ୍ଷ ରଖିଥିଲେ।

LEAVE A REPLY

Please enter your comment!
Please enter your name here