ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଆୟୋଜିତ ହେଉଛି ଦୁଇଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ଅଧିବେଶନ। ଫେବ୍ରୁଆରି ୩ରେ ଯୋଗ ଦେବେ ଅମିତ ଶାହ।

ପୁରୀରେ ଉଦ୍‌ଘାଟିତ ହୋଇଛି ବିଜେପିର ଜନଜାତି ରାଷ୍ଟ୍ରୀୟ ଅଧିବେଶନ। ଅଧିବେଶନ ଉଦ୍‌ଘାଟନ କରିଛନ୍ତି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତମ୍।

ଆଦିବାସୀଙ୍କ ଅଧିକାର ପାଇଁ ଏହି ଅଧିବେଶନର ଆୟୋଜନ କରାଯାଇଛି। ଏହି ଅଧିବଶନରେ ଆଦିବସୀ ନେତା, ମନ୍ତ୍ରୀ,  ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି।

୫ ହଜାରରୁ ଅଧିକ ପ୍ରିତିନିଧି ଏହି ଅଧିବେଶନରେ ଯୋଗ ଦେଇଛନ୍ତି।

ଶନିବାର ଓ ରବିବାର ଦୁଇ ଦିନ ଧରି ଏହି ଅଧିବଶେନ ଅନୁଷ୍ଠିତ ହେବ। ଫେବ୍ରୁଆରି ୩ରେ ଆଦିବାସୀ ମୋର୍ଚ୍ଚା ଏକ ବିଶାଳ ରାଲି କରିବ। ରାଲିରେ ଲକ୍ଷ ଲକ୍ଷ ଆଦିବାସୀ ଯୋଗ ଦେବେ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅଧିବେଶନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅଧିବେଶନରେ ଯୋଗ ଦେଇ ଶାହ ଉଦବୋଧନ ଦେବେ।

LEAVE A REPLY

Please enter your comment!
Please enter your name here