ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନୀ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ରାଜନେତାଙ୍କ ସୁଅ ଛୁଟୁଛି। ଫେବ୍ରୁଆରି ୧୫ରେ ସମ୍ବଲପୁର ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ୪ଟି ଲୋକସଭା କ୍ଷେତ୍ରରେ ସଙ୍ଗଠନମାନଙ୍କ ସହ ଆଲୋଚନା କରିବେ।

ସଭାରେ ଢେଙ୍କାନାଳ, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ କ୍ଷେତ୍ରର ବୁଥ ସଭାପତି, ସମ୍ପାଦକ ଓ ପ୍ରଭାରୀମାନଙ୍କୁ ଗୁରୁମନ୍ତ୍ର ଦେବେ ଶାହ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦ ହଜାର ବୁଥ ସ୍ତରୀୟ ସଙ୍ଗଠକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା।

ଫେବ୍ରୁଆରି ୩ରେ ପୁରୀରେ ହୋଇଥିବା ବିଜେପିର ଜନଜାତି ଅଧିବେଶନରେ ସାମିଲ ହୋଇ ନବୀନ ସରକାରଙ୍କୁ ସିଧାସଳଖ ତୀର ମାରିଥିଲେ ଶାହ।

Comment