ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହିତ ବିଜେଡିରେ ଯୋଗ ଦେଇଛନ୍ତି ଯୋଗେଶ।
ପ୍ରଥମେ କଂଗ୍ରେସ, ଦଳ ବିରୋଧୀ କାମ ଯୋଗୁଁ ଯୋଗେଶଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏହାର କିଛିଦିନ ପରେ ସେ ବିଧାୟକ ପଦରୁ ଇସ୍ଥଫା ଦେଇଥିଲେ।
ଯୋଗେଶଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକିଛି ଦିନ ହେବ କଂଗ୍ରେସର ଜଣେ ପରେ ଜଣେ ନେତା କଂଗ୍ରେସର ହାତ ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି। ଅନ୍ୟପଟେ ନିର୍ବାଚନ ପୂର୍ବରୁ କଂଗ୍ରେସର ରଣନୀତି କଣ ହେବେ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।














