ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଖ୍ୟାତ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ, ନିର୍ମାତା ଚକ୍ରଧର ସାହୁଙ୍କ ପରଲୋକ ଘଟିଛି।
ପରଲୋକରେ ଓଡ଼ିଆ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ତଥା ସମ୍ପାଦକ ଚକ୍ରଧର ସାହୁ। ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ଫୁସ୍ଫୁସ୍ରେ ସଂକ୍ରମଣ ହୋଇଥିଲା ସେଥିପାଇଁ ଏମ୍ସରେ ୧୫ ଦିନ ଧରି ଚିକିତ୍ସିତ ହେଉଥିଲେ। ତାଙ୍କୁ ଆୟିସିୟୁରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳ ପ୍ରାୟ ୫.୪୫ରେ ତାଙ୍କର ମୃତ୍ୟୁ ଘଟିଛି।
ଓଡ଼ିଆ ଚଳଚ୍ଚିତ୍ର ‘ମିମାଂସା’, ‘ନୀଳ ମାଷ୍ଟ୍ରାଣୀ’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ଓ ତୁମକୁ ପାରୁନି ଭୁଲି ଭଳି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି। ନିର୍ମାତା ଚକ୍ରଧର ସାହୁଙ୍କ ପ୍ରଥମ ଫିଲ୍ମଟି ହେଉଛି ‘ନୀଳ ମାଷ୍ଟ୍ରାଣୀ’। ଏହି ଫିଲ୍ମ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ‘ଭାରତ ଏକ ଖୋଜ’ ନାମକ ଏକ ଟିଭି ସିରିଜ୍ର ସମ୍ପାଦକମାନଙ୍କ ମଧ୍ୟରେ ଅନ୍ୟତମ।ତାଙ୍କ ବିୟୋଗରେ ସାରା ଫିଲ୍ମ ଜଗତରେ ଶୋକର ଛାୟା ସୃଷ୍ଟି ହୋଇଛି। ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ଭୁବନେଶ୍ୱରସ୍ଥିତି ବାସଭବନରେ ରଖାଯାଇଛି।












