ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଦ୍ଦେଶକ ଭାବେ ବଲିଉଡରେ ଡେବ୍ୟୁ କରିବେ ଓଡ଼ିଆ ଝିଅ ଦେବମିତ୍ରା ବିଶ୍ୱାଳ ହସନ।

ଆସନ୍ତା ନଭେମ୍ବର ୧୫ରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମୋତିଚୁର ଚକ୍‌ନାଚୁର’। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ସୁନିଲ ସେଟ୍ଟୀଙ୍କ ଝିଅ ଅଥିୟା। ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଓଡ଼ିଶାରେ ଜନ୍ମିତ ଦେବମିତ୍ରା ବିଶ୍ୱାଳ ହସନ। ‘ମୋତିଚୁର ଚକ୍‌ନାଚୁର’ ଫିଲ୍ମର ନିର୍ଦ୍ଦେଶକ ଭାବେ ଦେବମିତ୍ରା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

‘ମୋତିଚୁର ଚକ୍‌ନାଚୁର’ ଫିଲ୍ମରେ ଦେବମିତ୍ରା ପ୍ରଥମ ଥର ପାଇଁ ନୱାଜୁଦ୍ଦିନ ଏବଂ ଅଥିୟାଙ୍କୁ ଗୋଟିଏ ପରଦାକୁ ଆଣିଛନ୍ତି। ଦର୍ଶକ ପ୍ରଥମ ଥର ପାଇଁ ବଲିଉଡ୍‌ରେ ନୱାଜୁଦ୍ଦିନ-ଅଥିୟାଙ୍କ ଯୋଡ଼ି ଦେଖିବାକୁ ପାଇବେ। ଏହା ହେଉଚି ଏକ କମେଡି ଫିଲ୍ମ। ଫିଲ୍ମର କାହାଣୀ ରେ ଜଣେ ୩୬ ବର୍ଷିୟ ଯୁବକ ପତ୍ନୀ ଅନୁସନ୍ଧାନରେ ରହିଛନ୍ତି।

‘ମୋତିଚୁର ଚକ୍‌ନାଚୁର’ ଫିଲ୍ମକୁ ଉଡ୍‌ପେକର ପ୍ରଡକ୍ସନ ଏବଂ ଭାକୋମ ୧୮ ଷ୍ଟୁଡିଓଜ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ରାଜେଶ ଭାଟିଆ। ଆସନ୍ତା ନଭେମ୍ବର ୧୫ରେ ଫିଲ୍ମ ‘ମୋତିଚୁର ଚକ୍‌ନାଚୁର’ ବଡ଼ ପରଦାରେ ରିଲିଜ ହେବ। ଏଥିସହିତ ବଲିଉଡରେ ଡେବ୍ୟୁ କରିବେ ଫିଲ୍ମର ନିର୍ଦ୍ଦେଶକ ଦେବମିତ୍ରା ବିଶ୍ୱାଳ ହସନ।

Comment