ଓଡ଼ିଶାଲାଇଭ୍ ବ୍ୟୁରୋ

‘ଲାକ୍‌ମି ଫ୍ୟାସନ୍‌ ଓ୍ୱିକ୍‌’ ପାଇଁ ମନୋନୀତ ହେଲେ ଓଡ଼ିଶାର ସୌଭାଗ୍ୟଲକ୍ଷ୍ମୀ। ଫ୍ୟାସନ୍‌ ଓ ଲାଇଫ୍‌ଷ୍ଟାଇଲ୍‌ କାର୍ଯ୍ୟକ୍ରମ ‘ଲାକ୍‌ମି ଫ୍ୟାସନ୍‌ ଓ୍ୱିକ୍’ରେ ଯୋଗଦେବା ପାଇଁ ଆଇଏନ୍‌ଆଇଏଫ୍‌ଡି ଫ୍ୟାସନ୍‌ ଓ ଇଣ୍ଟେରିୟର ଡିଜାଇନର୍‌ ଛାତ୍ରଛାତ୍ରୀମାନେ ଆଞ୍ଚଳିକ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଭୁବନେଶ୍ୱରରୁ ସୌଭାଗ୍ୟଲକ୍ଷ୍ମୀ ରାଉତ ଇଣ୍ଟେରିୟର ଡିଜାଇନ୍‌ ବର୍ଗରେ ଲାକ୍‌ମି ଫ୍ରାସନ୍‌ ଓ୍ଵିକ୍‌ ପାଇଁ ମନୋନୀତ ହୋଇଛନ୍ତି।

ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ଲାକ୍‌ମି ଫ୍ୟାସନ୍‌ ଓ୍ୱିକ୍‌ର କାର୍ଯ୍ୟକ୍ରମରେ ଆଇଏନ୍‌ଆଇଏଫ୍‌ଡିର ଫ୍ୟାସନ୍‌ ଡିଜାଇନର ଓ ଇଣ୍ଟେରିୟର ଡିଜାଇନରମାନଙ୍କ ଦ୍ୱାରା ଏକ ଟକ୍‌ ସୋ’ ସହ ଡିଜାଇନ୍‌ ପ୍ରେଜେଣ୍ଟେସନ୍‌ ଆୟୋଜିତ ହୋଇଥିଲା।

ଭୁବନେଶ୍ୱର କେନ୍ଦ୍ରର ବିଜେତା ଭାବେ ସୌଭାଗ୍ୟଲକ୍ଷ୍ମୀ ରାଉତ ମନୋନୀତ ହୋଇଥିବା ବେଳେ ପ୍ରଥମ ରନର୍ସଅପ ଭାବେ ଏମ୍‌ଡି ଗୁଲସନ୍‌ ଓ ଦ୍ୱିତୀୟ ରନର୍ସ ଅଫ ଭାବେ ଜଗଜିତ କୌର ମନୋନୀତ ହୋଇଛନ୍ତି।

ଡିଜାଇନ୍‌ ପ୍ରେଜେଣ୍ଟେସନ୍‌ରେ ଜୁରୀ ଭାବେ ବଲିଉଡ୍‌ ଅଭିନେତ୍ରୀ ସୋନାଲି ସୈଗଲ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here