ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି କ୍ୟାରିୟରକୁ ନେଇ ବଢ଼ିଚାଲିଥିବା ପ୍ରତିଦ୍ୱନ୍ଦିତା ମଧ୍ୟରେ ନିଜର ପ୍ୟାସନକୁ ଫଲୋ କରିବା ଏକ ପ୍ରକାର କାଷ୍ଟିକର ପାଠ। ହେଲେ ସେମାନେ ଭାଗ୍ୟଶାଳୀ ଥାନ୍ତି ଯେଉଁମାନେ ନିଜ ସ୍ନପ୍ନକୁ ସାକାର କରିଥାନ୍ତି। ଏହି ଭଳି ଏକ ସୁନ୍ଦର ଏବଂ ମନଲୋଭା କ୍ୟାରିୟର ହେଉଛି ଫ୍ୟାସନ୍ ଡିଜାଇନିଂ। ଫ୍ୟାସନ୍ ଟ୍ରେଣ୍ଡ୍ ଫଲୋ କରିବାକୁ ତଥା ସ୍କେଚ୍ ଡିଜାଇନ୍ ଓ ନିଜ ଚିନ୍ତାଧାରା ମାଧ୍ୟମରେ ଫ୍ୟାସନ୍ ଦୁନିଆରେ ନୂତନ କିଛି କରିବାକୁ ଭଲ ପାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ସଠିକ୍ କ୍ୟାରିୟର ଅପ୍ସନ୍।

fashion design

ଆସନ୍ତୁ ଜାଣିବା ଆପଣ ଫ୍ୟାସନ୍ ଡିଜାଇନିଂରେ କେଉଁ କେଉଁ କୋର୍ସ କରିପାରିବେ-

  • ଗ୍ରାଜୁଏଟ୍ ଡିଗ୍ରୀ ଇନ୍ ଫ୍ୟାସନ୍ ଡିଜାଇନିଂ
  • ବି.ଏସ୍.ସି ଡିଗ୍ରୀ ଇନ୍ ଫ୍ୟାସନ୍ ଡିଜାଇନିଂ
  • ପି.ଜି ଡିପ୍ଲୋମା ଇନ୍ ଫ୍ୟାସନ୍ ଡିଜାଇନିଂ
  • ଡିପ୍ଲୋମା ଇନ୍ ଫ୍ୟାସନ୍ ଡିଜାଇନିଂ
  • ଏମ୍.ବି.ଏ ଇନ୍ ଫ୍ୟାସନ୍ ଡିଜାଇନିଂ ଇତ୍ୟାଦି

ଜାଣନ୍ତୁ କ’ଣ ରହିଛି କ୍ୟାରିୟର ସ୍କୋପ୍-

  • ଫ୍ୟାସନ୍ ଡିଜାଇନ୍ର୍
  • ରିଟେଲ୍ ବାୟର
  • ରିଟେଲ୍ ମ୍ୟାନେଜର୍
  • ଷ୍ଟାଇଲିଷ୍ଟ
  • ଟେକ୍ସଟାଇଲ୍ ଡିଜାଇନର୍
  • ଜୁଏଲାରୀ/ଫୁଟ୍ ଓ୍ୱେୟାର ଡିଜାଇନର୍
  • ପର୍ସୋନାଲ୍ ସପର୍
  • ମେକ୍ ଅପ୍ ଆର୍ଟିଷ୍ଟ
  • ଫ୍ୟାସନ୍ ମଡେଲ୍

fashion design

  • ଡିଜାଇନିଂ ମ୍ୟାନେଜର୍
  • ପ୍ରଡକ୍ସନ୍ ମ୍ୟାନେଜର୍
  • କ୍ୱାଲିଟି କଣ୍ଟ୍ରୋଲର୍
  • ଗାରମେଣ୍ଟ୍ ଏକ୍ସିକ୍ୟୁଟିଭ୍
  • ଡିଜାଇନ୍ ମ୍ୟାନେଜର୍ ଇତ୍ୟାଦି

ଯୋଗ୍ୟତା:

  • ବ୍ୟାଚଲର ଡିଗ୍ରୀ ପାଇଁ- ଅତିକମରେ ୪୫ ପ୍ରତିଶତ ମାର୍କ ସହ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବେ।
  • ମାଷ୍ଟର ଡିଗ୍ରୀ ପାଇଁ- ଫ୍ୟାସନ୍ ଡିଜାଇନିଂରେ ବ୍ୟାଚଲର ଡିଗ୍ରୀ କରିଥିବା ପ୍ରାର୍ଥୀମାନେ ଯୋଗ୍ୟ ଅଟନ୍ତି।

ଏହି କ୍ଷେତ୍ରରେ କ୍ୟାରିୟର ଗଢ଼ିବା ସେତେ ସହଜ ନୁହେଁ। କିନ୍ତୁ ନିଜ ମନୋବଳ ଏବଂ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସବୁକିଛି ସମ୍ଭବ। ଦେଶର ବିଭିନ୍ନ ଫ୍ୟାସନ୍ ଇନଷ୍ଟିଚ୍ୟୁଟ୍ ବର୍ତ୍ତମାନ ଖୁବ୍ ସକ୍ରିୟ ଏବଂ ଏହିଠାରେ ଶିକ୍ଷାଲାଭ କରି ଆପଣ ନିଜର ଚିନ୍ତାଧାରାକୁ ବାସ୍ତବତାର ରୂପ ଦେଇପାରିବେ।

Source- www.chakiri.plus

Comment