ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆ ରିଜର୍ଭ ବାଟାଲିଅନରେ ନିଯୁକ୍ତି ସୁଯୋଗ ପାଇଁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ଓଡ଼ିଆ ସେନା ଆଶାୟୀଙ୍କୁ ମିଳିବ ନିଯୁକ୍ତି ସୁଯୋଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ  ୬୬୩ଟି ପଦବୀକୁ ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି।

ଏହି ନୂତନ ପଦବୀଗୁଡ଼ିକ ହେଲା ଡେପୁଟି କମାଣ୍ଡାଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪, ଇନ୍ସପେକ୍ଟର(ଡବ୍ଲ୍ୟୁଟି)-୧, ସବ୍‌ଇନ୍ସପେକ୍ଟର (ଡବ୍ଲ୍ୟୁଟି)-୨, ହାବିଲଦାର (ଡବ୍ଲ୍ୟୁଟି)-୪, କନଷ୍ଟେବଳ(ଡବ୍ଲ୍ୟୁଟି)-୧୩, ହେଡକ୍ଲର୍କ-୧, ମେଡିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧ । ଏହିପରି ପ୍ରତ୍ୟେକ ବାଟାଲିଅନରେ ୨୨୧ ଜଣ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେବେ।

ଏହା ସହିତ ପ୍ରତ୍ୟେକ ବାଟାଲିଅନରେ ବିଭିନ୍ନ ସହାୟକ କାର୍ଯ୍ୟ ପାଇଁ ୪୪ଟି ପଦବୀ ସୃଷ୍ଟି କରାଯାଇଛି। ଯାହାକି ଆଉଟସୋର୍ସିଂ ଜରିଆରେ ପୂରଣ କରାଯିବ। ୩ଟି ବାଟାଲିଅନ ପାଇଁ ୧୩୨ଟି ଆଉଟସୋର୍ସିଂ ପଦବୀ ସୃଷ୍ଟି କରାଯାଇଛି।

Tags: #Career #Employment #OdishaGovt #CMNaveenPatnaik #IndiaReserveBattalion

Comment