ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲାଗି ୯୦୨ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ୬୪୨ଟି ଶିକ୍ଷକ ଏବଂ ୨୬୦ଟି ଅଣଶିକ୍ଷକ ପଦବୀ ରହିଛି। ଖୁବ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

ନୂତନ ପଦବୀ ମଧ୍ୟରେ ରହିଛି ୬୪୨ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦବୀ, ୨୪ଟି ଲବୋରେଟୋରି ଆସିଷ୍ଟାଣ୍ଟ, ୨୪ଟି ଲାବୋରେଟୋରି ଆଟେଣ୍ଡାଣ୍ଟ, ୧୦୬ ଆସିଷ୍ଟାଣ୍ଟ ଲାଇବ୍ରେରିଆନ ଓ ୧୦୬ ଜୁନିୟର କ୍ଳର୍କ ପଦବୀ।

ସରକାରୀ ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ସହ ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀରେ ନିଯୁକ୍ତି ଦିଆଯାଉଛି।

ଚଳିତ ବର୍ଷ ୧୦୬ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ରାଜ୍ୟ ସରକାର ଉନ୍ନୀତ କରିଛନ୍ତି। ଏହି ସବୁ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ ୨ ଖୋଲାଯାଇଛି। ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟରେ ସିଧାସଳଖ ଯୁକ୍ତ୨ ପଢ଼ିପାରିବେ।

Tags: #Employment #OdishaGovt #UpgradedHighSchool #NewPosts

Comment