ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ‘ମେକ ଇନ ଓଡ଼ିଶା’ର ମୁଖ୍ୟ ଆକର୍ଷଣ ଥିଲା ଅନ୍ତର୍ଜାତୀୟ ଫ୍ୟାସନ ଡିଜାଇନର୍‌ ବିଭୁ ମହାପାତ୍ରଙ୍କ ଆୟୋଜିତ ଫ୍ୟାସନ ସୋ’।

ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ର ତୃତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଫ୍ୟାସନ ସୋ’। ଅନ୍ତର୍ଜାତୀୟ ଫ୍ୟାସନ ଡିଜାଇନର ବିଭୁ ମହାପାତ୍ରଙ୍କ ପକ୍ଷରୁ ଆୟୋଜନ କରାଯାଇଛି ଏହି ଫ୍ୟାସନ ସୋ’।

ଖୋଲା ମଞ୍ଚରେ ବିଭୁ ମହାପାତ୍ରଙ୍କ ଡିଜାଇନ୍ ପୋଷାକ ପିନ୍ଧି ମଡେଲମାନେ ରାମ୍ପ୍‌ ଚାଲିଥିଲେ। କୋଣାର୍କ ମନ୍ଦିର ବ୍ୟାକ୍‌ଗ୍ରାଉଣ୍ଡରେ ଏଭଳି ଫ୍ୟାସନ ସୋ ଦର୍ଶକଙ୍କୁ ବିଭୋର କରିଦେଇଥିଲା

ମଡେଲମାନେ ପନ୍ଧିଥିବା ପୋଷାକରେ ଓଡ଼ିଶାର ଛାପ ବାରି ହୋଇପଡ଼ୁଥିଲା। ଏହି ଫ୍ୟାସନ ସୋରେ ‘ଫଲ ୱିଣ୍ଟର କଲେକ୍‌ସନ’କୁ ପ୍ରଦର୍ଶନ କରାଯାଇଥିଲା। ଗାଉନ୍‌ରୁ ଆରମ୍ଭ କରି  ଶାଢ଼ି ଭଳି ପୋଷାକ ଦେଖିବାକୁ ମିଳିଥିଲା। ରଙ୍ଗବେରଙ୍ଗ କପଡ଼ାକୁ ବିଭୁ ଅତି ସୁନ୍ଦର ଭାବେ ପ୍ରସ୍ତୁତ କରିଛନ୍ତି।

ଏହି ଫ୍ୟାସନ ସୋର ମୁଖ୍ୟ ଆକର୍ଷଣ ଥିଲେ ସୋ’ ଷ୍ଟପର ଅର୍ଚ୍ଚିତା। ପାଖାପାଖି ୨୫ରୁ ଅଧିକ ମଡେଲ ଏଥିରେ ଅଂଶଗ୍ରହଣ କରିଥିଲେ।

ରାଉଲକେଲାରେ ଜନ୍ମ ବିଭୁ ମହାପାତ୍ର ଜଣେ ନ୍ୟୁୟର୍କ ଅବସ୍ଥାପିତ ପ୍ରସିଦ୍ଧ ଫ୍ୟାସନ ଡିଜାଇନର। ସେ ବହୁ ଓଲିଉଡ ସେଲିବ୍ରିଟିଙ୍କ ପୋଷାକ ଡିଜାଇନ କରିଛନ୍ତି। ଏହାସହ ଆମେରିକା ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପତ୍ନୀ ମିଶେଲ ଓବାମାଙ୍କ ପୋଷାକ ମଧ୍ୟ ଡିଜାଇନ୍ କରିଛନ୍ତି।

Comment