ଓଡ଼ିଶାଲାଇଭ୍ ବ୍ୟୁରୋ

“ଓଡ଼ିଶା ସହିତ ଟାଟାର ସମ୍ପର୍କ ବହୁ ବର୍ଷର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକନିଷ୍ଠ ଉଦ୍ୟମ ଯୋଗୁଁ ଆଜି ଶିଳ୍ପପତି ମାନେ ଓଡ଼ିଶା ଆଡ଼କୁ ମୁହାଁଇଛନ୍ତି। ଟାଟା ଯାଜପୁର ଜିଲ୍ଲା କଳିଙ୍ଗନଗରରେ ନିଜର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବ। ଟାଟା ଓଡ଼ିଶାରେ ୭୫ ହଜାର କୋଟି ଟଙ୍କା ନିବେଶ କରି ସାରିଥିବା ବେଳେ ଆଉ ୨୫ ହଜାର କୋଟି ଟଙ୍କା ନିବେଶ କରି ଓଡ଼ିଶାର ବିକାଶର ଧାରାରେ ଯୋଗ ଦେବ”, ୨୦୧୮ରେ ଅନୁଷ୍ଠିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କହିଛନ୍ତି ଟାଟା ସନ୍‌ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ।

ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭ ପ୍ରତି ଦୁଇବର୍ଷରେ ଥରେ ଆୟୋଜନ କରାଯାଉଛି। ୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ‘ମେକ୍ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ।

ଓଡ଼ିଶାରେ ଯେଉଁ ଦ୍ରୁତ ଶିଳ୍ପାୟନର ଯାତ୍ରା ଆରମ୍ଭ ହୋଇଛି ତାହାକୁ ଆହୁରି ସମୃଦ୍ଧ କରିବାରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣ ବିଶେଷ ସହାୟକ ହେବ। ଓଡ଼ିଶାର ଶିଳ୍ପାୟନକୁ ଆଗକୁ ନେବା ପାଇଁ ଏହି ମହାକୁମ୍ଭରେ ମନ୍ଥନ ହେବ। ତେଣୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଦେଶ ବିଦେଶର ନିବେଶକାରୀମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୦୧୬ ଏବଂ ୨୦୧୮ରେ ମେକ୍ ଇନ୍ ଓଡ଼ିଶାର ସଫଳତା ପରେ ରାଜ୍ୟ ସରକାର ତୃତୀୟ ସଂସ୍କରଣ ଆୟୋଜନ କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଦୁବାଇ ଏବଂ ଭାରତର କେତେକ ପ୍ରମୁଖ ସହରରେ ରୋଡ୍ ସୋ’ କରିବା ସହିତ ବିଭିନ୍ନ ନିବେଶକଙ୍କ ସହ ଆଲୋଚନା କରିଥିଲେ।

ନିକଟରେ ‘ଇଜ୍ ଅଫ୍ ଡୁଇଙ୍ଗ’ ବିଜନେସ୍ ତାଲିକାରେ ଓଡ଼ିଶାକୁ ‘ଆଚିଭର୍ସ’ ରାଜ୍ୟର ମାନ୍ୟତା ମିଳିବା ସହ ଶିଳ୍ପ ନିବେଶ କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଫଳରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨’ରେ  ଅନେକ ନିବେଶକାରୀ ଓଡ଼ିଶା ଆସିବେ ବୋଲି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ମେକ୍ ଇନ୍ ଓଡ଼ିଶା୨୦୧୮ରେ ଦେଶ ବିଦେଶରୁ ପ୍ରମୁଖ ଶିଳ୍ପପତିଉଦ୍ୟୋଗୀବ୍ୟାଙ୍କର୍ସପଲିସି ମେକରଙ୍କ ସହିତ ବିଭିନ୍ନ ଅଂଶୀଦାରମାନେ ଯୋଗ ଦେଇଥିଲେ। ଏହି କନକ୍ଲେଭକୁ ନେଇ ଓଡ଼ିଶାଲାଇଭ୍ ପକ୍ଷରୁ ସ୍ୱତନ୍ତ୍ର ଭିଡିଓ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ତେଣୁ ଆଗକୁ ଆସୁଥିବା ‘ମେକ୍ ଇନ୍ ଓଡ଼ିଶା’ ତୃତୀୟ ସଂସ୍କରଣ ପରିପ୍ରେକ୍ଷୀରେ ଏକ ଫ୍ଲାସବ୍ୟାକ୍

Tags: #MakeInOdishaConclave2018 #TataSons #CEO #NChandrasekharan #Odisha #NaveenPatnaik #CMO

Comment