ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ

କରଞ୍ଜିଅ। ବ୍ଲକର ରସମତଳା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ୧୦ଜଣ ଛାତ୍ରୀ ‘ଇଣ୍ଡିଅ।ସ୍ ଗଟ ଟାଲେଣ୍ଟ ସିଜନ୍ ୮’ର ପ୍ରି ଅଡ଼ିସନରେ ସଫଳତା ହାସଲ କରିଛନ୍ତି।

ଆଜିବି ଅନେକ ପିଲା ଏପରି ଅଛନ୍ତି, ଯେଉଁମାନେ କୌଣସି ନା କୌଣସି କାରଣରୁ କିମ୍ବା ଅଭାବ ଯୋଗୁଁ ଅଧାରୁ ପାଠ ପଢ଼ା ଛାଡ଼ି ଦିଅନ୍ତି। ବିଶେଷକରି ଦେଖିବାକୁ ଗଲେ ଏଭଳି କ୍ଷେତ୍ରରେ ବାଳିକାଙ୍କ ସଂଖ୍ୟା ଖୁବ୍ ଅଧିକ। କିନ୍ତୁ ଏବେ ସେଭଳି ଅନେକ ଅଲୋଡ଼ା କିଶୋରୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସବୁବେଳେ ସରକାର ନିଜ ପ୍ରୟାସ ଜାରି ରଖିଛନ୍ତି । ଏଭଳି ଏକ ଅଭିନବ ପ୍ରୟାସ ହେଉଛି କସ୍ତୁରବା ବାଳିକା ବିଦ୍ୟାଳୟରେ ହେଉଥିବା କାର୍ଯ୍ୟକ୍ରମ।

ମୟୂରଭଞ୍ଜ ଜିଲ୍ଲାରେ ଥିବା ୨୬ଗୋଟି କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ୨୬ଶହରୁ ଅଧିକ କିଶୋରୀମାନଙ୍କୁ ରଖାଯାଇଛି। ସେଠାରେ ସେମାନଙ୍କୁ ପାଠ ପଢ଼ିବାର ସୁଯୋଗ ସହିତ ସେମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରାଯାଏ।

ସେଭଳି ଏକ ବିଦ୍ୟାଳୟ ହେଉଛି କରଞ୍ଜିଅ। ବ୍ଲକରେ ଥିବା ରସମତଳା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ। ଏହି ବିଦ୍ୟାଳୟର ୧୦ଜଣ ପ୍ରତିଭାବାନ ଛାତ୍ରୀ ସେମାନଙ୍କ ପ୍ରତିଭାର ପରିଚୟ ଦେବାକୁ ବିଭିନ୍ନ ସ୍ତରର ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଏବେ ସେ ଏହି ପ୍ରତିଯୋଗୀତାକୁ ଅତିକ୍ରମ କରି ପହଞ୍ଚିଛନ୍ତି ‘କଲର୍ସ ଚ୍ୟାନେଲ’ର ‘ଇଣ୍ଡିଅ।ସ୍‌ ଗଟ ଟାଲେଣ୍ଟ ସିଜନ୍ ୮’ ପ୍ରତିଯୋଗୀତାରେ।

ସେଠାରେ ପ୍ରଥମ ସ୍ତରର ପ୍ରି ଅଡ଼ିସନ ପ୍ରତିଯୋଗୀତା ଅତିକ୍ରମ କରି ଫେରିଛନ୍ତି। ଅପେକ୍ଷା କରିଛନ୍ତି କେବେ ପୁଣି ଡାକରା ମିଳିବ ଜଜେସ୍ ରାଉଣ୍ଡ ପ୍ରତିଯୋଗୀତାକୁ। ଅଧାରୁ ପାଠ ଛାଡ଼ିଥିବା ଏହି ପିଲାମାନେ ପାଠ ସହିତ ସେମାନଙ୍କ କଳାତ୍ମକ ପ୍ରତିଭାର ପରିଚୟ ଦେଖାଇଛନ୍ତି ଅତି ଚମତ୍କାର ଭାବରେ।

ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ସହଯୋଗର ହାତ ମିଳିଥିବା ବେଳେ କଳା ଶିକ୍ଷକ ସଞ୍ଜୟ ଶାହାଙ୍କ କଳା ଶିକ୍ଷା ଏମାନଙ୍କୁ ସଫଳତାର ପାହାଚ ଚଢ଼ିବାର ସୁଯୋଗ ଅ।ଣି ଦେଇ ପାରିଛି।

Comment