ଓଡ଼ିଶାଲାଇଭ୍‌ ବ୍ୟୁରୋ 

ନେଟ୍‌ଫ୍ଲିକ୍ସର ୱେବ୍‌ସିରିଜ୍ ‘ସାକ୍ରେଡ୍‌ ଗେମ୍‌ସ’ର ସଫଳତା ପରେ ଏବେ ପୁଣିଥରେ ବଲିଉଡ୍‌କୁ ଫେରିଛନ୍ତି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି। ‘ସାକ୍ରେଡ୍‌ ଗେମ୍‌ସ’ରେ ଗାଙ୍ଗଷ୍ଟାର ଭୂମିକାରେ ଅଭିନୟ କରିଥିବା ନୱାଜୁଦ୍ଦିନଙ୍କୁ ଏବେ ଦର୍ଶକ କମେଡି ଫିଲ୍ମରେ ଦେଖିବାକୁ ପାଇବେ। ଏହି ଫିଲ୍ମର ନାଁ ହେଉଛି ‘ମୋତିଚୁର ଚକ୍‌ନାଚୁର’। ଯାହାର ଟ୍ରେଲର ରିଲିଜ ହୋଇଯାଇଛି।

‘ମୋତିଚୁର ଚକ୍‌ନାଚୁର’ ଫିଲ୍ମ ଜରିଆରେ ଏଥର ନୱାଜୁଦ୍ଦିନ ସିଦ୍ଦିକି ଦର୍ଶକଙ୍କୁ ହସେଇ ହସେଇ ବେଦମ କରିବେ। ଏହି ଫିଲ୍ମରେ ନୱାଜୁଦ୍ଦିନଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ସୁନିଲ ସେଟ୍ଟୀଙ୍କ ଝିଅ ଅଥିୟା। ତେବେ ଦର୍ଶକ ପ୍ରଥମ ଥର ପାଇଁ ବଲିଉଡ୍‌ରେ ନୱାଜୁଦ୍ଦିନ-ଅଥିୟା ଯୋଡ଼ି ଦେଖିବାକୁ ପାଇବେ।

‘ମୋତିଚୁର ଚକ୍‌ନାଚୁର’ ଫିଲ୍ମକୁ ଉଡ୍‌ପେକର ପ୍ରଡକ୍ସନ ଏବଂ ଭାକୋମ ୧୮ ଷ୍ଟୁଡିଓଜ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଦେବମିତ୍ର ଅଗ୍ରୱାଲ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ରାଜେଶ ଭାଟିଆ। ଆସନ୍ତା ନଭେମ୍ବର ୧୫ରେ ଫିଲ୍ମ ‘ମୋତିଚୁର ଚକ୍‌ନାଚୁର’ ବଡ଼ ପରଦାରେ ରିଲିଜ ହେବ।

Comment