ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ମୋଟ ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ଆସନ୍ତା ୪ ମାସ ପାଇଁ ମୋଟ ୫୬ ହଜାର ୯୨୧ କୋଟି ଟଙ୍କାର ଲେଖାନୁଦାନ ଉପସ୍ଥାପନ କରାଯାଇଛି।

ଏହି ବଜେଟ୍‌ରେ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର।

କେଉଁ ସେକ୍ଟର ପାଇଁ କେତେ ଅର୍ଥ ବ୍ୟୟବରାଦ?

  • କାଳିଆ ଯୋଜନା ପାଇଁ ୪ ହଜାର ୪୬୧ କୋଟି
  • ମିଶନ ଶକ୍ତି ପାଇଁ ୩୦୧ କୋଟି
  • ମମତା ଯୋଜନା ପାଇଁ ୩୦୫ କୋଟି
  • ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ପାଇଁ ୮୬୪ କୋଟି
  • ଗ୍ରାମୀଣ ଜଳ ଯୋଗାଣ ‘ବସୁଧା’ ପାଇଁ ୨୯୩୫ କୋଟି
  • ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫୦୦ କୋଟି
  • ବିଜୁ ଯୁବ ବାହିନୀ ପାଇଁ ୧୦୫ କୋଟି
  • ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୭୭୭ କୋଟି
  • ବିଜୁ ସେତୁ ପାଇଁ ୫୦୦ କୋଟି
  • ପେନ୍‌ସନ୍‌ ବାବଦରେ ୧୩ ହଜାର ୩୦୦ କୋଟି
  • ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ପାଇଁ ୯୫୯ କୋଟି
  • ଟଙ୍କିକିଆ ଚାଉଳ ଯୋଜନା ପାଇଁ ୧୦୨୮ କୋଟି
  • ଓଡ଼ିଶାରେ ବିଭିନ୍ନ ରେଳ ପ୍ରକଳ୍ପର ବିକାଶ ପାଇଁ ୪୧୦ କୋଟି
  • ଆଡ଼ିବନ୍ଧ ଯୋଜନା ପାଇଁ ୩୫୭ କୋଟି
  • ବିପର୍ଯ୍ୟୟ ପ୍ରଶମନ ପାଇଁ ୨୦୧ କୋଟି
  • ମଧୁବାବୁ ପେନ୍‌ସନ୍ ଯୋଜନା ପାଇଁ ୨୧୨୦ କୋଟି
  • ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୪୬୫ କୋଟି
  • ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩୦୦ କୋଟି
  • ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୫୦ କୋଟି
  • ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦ କୋଟି
  • ବିହନ, ସାର କର୍ପସ ପାଣ୍ଠି ପାଇଁ ୨୬୦ କୋଟି
  • ଜଳକ୍ଲିଷ୍ଟ ଅଞ୍ଚଳରେ ଭୂତଳ ଜଳ ଉତ୍ତୋଳନ ପାଇଁ ୨୫୦ କୋଟି
  • କେନାଲ ପ୍ରଣାଳୀରେ ସୁବ୍ୟବସ୍ଥିତ କାର୍ଯ୍ୟକ୍ରମ ପାଇଁ ୨୧୦ କୋଟି
  • ରାଜ୍ୟ ରାଜପଥ ଉନ୍ନୟନ ପ୍ରକଳ୍ପ ପାଇଁ ୨୦୦ କୋଟି
  • ରାଜଧାନୀ ଭୁବନେଶ୍ଵରରେ ବିଦ୍ୟୁତକରଣ ଯୋଜନା ପାଇଁ ୧୯୦ କୋଟି ଟଙ୍କାର ବ୍ୟବୟବରାଦ କରାଯାଇଛି।

Comment