ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ଆରମ୍ଭରୁ ହିଁ କୌଣସି ଦିନ ସୂଚାରୁରୂପେ ଗୃହ ଚାଲି ପାରୁନାହିଁ। ତୃତୀୟ ଦିନରେ ବି ଗୃହରେ ସମାନ ପରିସ୍ଥିତି ଦେଖାଯାଇଛି। ଗୁରୁବାର ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବାଚସ୍ପତି ଗୃହକୁ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି।

ଚାଷୀ ପ୍ରସଙ୍ଗ ନେଇ କଂଗେସର ହଟ୍ଟଗୋଳ ଓ ବେକାରୀ ସମସ୍ୟା ଓ ନିଯୁକ୍ତି ନେଇ ବିଜେପିର ହୋହଲ୍ଲା ଯୋଗୁଁ ଗୃହକୁ ମୁଲତବି ରଖାଯାଇଛି।

ସମାନ ପ୍ରସଙ୍ଗ ନେଇ ବରୋଧୀ ତିନି ଦିନ ହେଲା ହଙ୍ଗାମା କରୁଥିବାର ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିରୋଧୀ ଓ ଶାସକଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ବରବାଦ ହେଉଛି।

ଗୁରୁବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗଁ ଗୃହକୁ ପ୍ରଥମେ ୧୧ଟା ୩୦ ଯାଏଁ ମୁଲତବି ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଦିନ ୩ଟା ଯାଏଁ ଗୃହକୁ ମୁଲତବି ରଖାଯାଇଛି।

Comment