ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଆଇର ପୂର୍ବତନ ମୁଖ୍ୟ ଏମ ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ଏମ ନାଗେଶ୍ୱର ରାଓଙ୍କୁ ଫେବ୍ରୁଆରି ୧୨ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ କୋର୍ଟ ନୋଟିସ କରିଛନ୍ତି।
ଏହାସହିତ ବିହାରର ଶେଲଟର ହୋମର ତଦନ୍ତ କରୁଥିବା ସିବିଆଇ ଅଧିକାରୀଙ୍କୁ କାହିଁକି ବଦଳି କରିଥିଲେ, ସେ ସମ୍ପର୍କରେ କାରଣ ଦର୍ଶାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାକୁ ଗୁରୁତ୍ୱର ସହ ନିଆଯାଇଥିବା କହିଛନ୍ତି ସୁପ୍ରିମକୋର୍ଟର ବିଚାରପତି। ଏମ ନାଗେଶ୍ୱର ରାଓ ହେଉଛନ୍ତି ଓଡ଼ିଶା କ୍ୟାଡରର ଆଇପିଏସ୍ ଅଧିକାରୀ।