ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ରାଜ୍ୟ କଂଗ୍ରେସ ଭବନରେ ବୁଧବାର ଆରମ୍ଭ ହୋଇଛି କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ। ନିର୍ବାଚନ ପୂର୍ବରୁ AICCର ଏହି ସ୍କ୍ରିନିଂ କମିଟି ବୈଠକ ଅନେକ ଗୁରୁତ୍ୱ ରଖୁଛି।

ଏହି ବୈଠକ ମାଧ୍ୟମରେ କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ନେତା ଓ କର୍ମୀଙ୍କ ସହିତ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଆଲୋଚନା କରିଛନ୍ତି।

ଏହି ବୈଠକରେ ୧୧ଲୋକସଭା ଓ ବିଧାନସଭା କ୍ଷେତ୍ର ନେଇ ଆଲୋଚନା କରାଯାଉଛି। ଯାହା ସୂଚନା ମିଳିଛି ମହିଳା, ଯୁବକ ଓ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଏଥର ନିର୍ବାଚନରେ ପ୍ରାଧାନ୍ୟ ଦିଆଯିବ।

ଆଲେଚନା ନେଇ ସୂଚନା ଦେଇଛନ୍ତି ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭିଡ଼ି ସାଥୀସାନ୍‌। ଆଗାମୀ ନିର୍ବାଚନ ଲାଗି ହାତରେ ଆଉ କମ୍‌ ସମୟ ଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ମଧ୍ୟ ବିଜେପି ଓ ବିଜେଡି ପରି ଯୁବ ଭୋଟରଙ୍କୁ ପ୍ରାଧାନ୍ୟ ଦେଇଛି।

Comment