ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଜାତୀୟସ୍ତରୀୟ ‘ଚନ୍ଦ୍ରଭାଗୋତ୍ସବ’ ଆୟୋଜନ ପାଇଁ ବାଲେଶ୍ଵରସ୍ଥିତ ଗାନ୍ଧୀସ୍ମୃତି ଭବନଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ପ୍ରତିବର୍ଷ ପରି ଚଳିତ ବର୍ଷ ଜାତୀୟସ୍ତରୀୟ ଚିତ୍ରକଳା, ବହୁଭାଷୀ ସଂଗୀତ, ନାଟକ-କଥା-କବିତା ତଥା ‘ବହିମେଳା’ର ଆୟୋଜନ କରାଯିବ। ଏହା ଗାନ୍ଧୀସ୍ମୃତି ଭବନ ପରିସରରେ ୨୦୨୫ ଡିସେମ୍ବର ୨୮ରୁ ଆସନ୍ତା ୨୦୨୬ ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।

ଅନୁଷ୍ଠାନର ଉପଦେଷ୍ଟା ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକକୁ ବରିଷ୍ଠ ସଦସ୍ୟ ଅଧ୍ୟାପକ ଡକ୍ଟର ଶଶିକାନ୍ତ ମହାନ୍ତି ସଂଯୋଜନା କରିଥିଲେ।  ‘ଚନ୍ଦ୍ରଭାଗା’ର ପ୍ରତିଷ୍ଠାତା ସଂପାଦକ କବି ଶ୍ରୀଦେବ ‘ଚିତ୍ରକଳା’ ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠିତ ୧୮୦ରୁ ଅଧିକ ଜାତୀୟସ୍ତରରେ ବହୁଭାଷୀ କ୍ଷୁଦ୍ରନାଟକ, ଜାତୀୟସ୍ତରରେ ହେଉଥିବା ବିଭିନ୍ନ ଚିତ୍ରକଳାର ଆୟୋଜିତ କର୍ମଶାଳା, ବହୁଭାଷୀ କଥା-କବିତା ଓ ବିତର୍କର ସୃଜନସ୍ରଷ୍ଟାଙ୍କ ସମାବେଶ ସମ୍ପର୍କରେ ଆଲୋକପାତ କରିଥିଲେ।  

ବୈଠକରେ ପ୍ରଦୀପ୍ତ ପଣ୍ଡା, ସରକାରୀ ଓକିଲ ଅଶୋକ ସେନାପତି, କବି ସିତାଂଶୁ ଲେଙ୍କା, ଶିଶୁ ସାହିତ୍ୟିକ ଲକ୍ଷ୍ମୀଧର ମହାନ୍ତି, ଚିତ୍ରଶିଳ୍ପୀ କେଶୁଦାସ, ମରୁତ୍ ରାଉତ, ‘ବାଉଁଊର୍ମି’ ର ସଂଯୋଜକ ରାମଚନ୍ଦ୍ର ସାହୁ, ବିଶିଷ୍ଟ ନାଟ୍ୟକାର ଅଭିନେତା ତଥା ନିର୍ଦ୍ଦେଶକ ଆଶିଷ ଚକ୍ରବର୍ତ୍ତୀ, ଗବେଷକ ଡକ୍ଟର ଦିଲ୍ଲୀପ ରଥ, ସାମାଜିକ କର୍ମୀ ଯାଦବେଶ ମିଶ୍ର, ‘ନାଚ୍’ର ପ୍ରତିଷ୍ଠାତା ଅରୁଣାଂଶୁ ପାଣିଗ୍ରାହୀ, ରୋନାଲିସା ପଣ୍ଡା, ବରିଷ୍ଠ ଆଇନଜୀବୀ ପର୍ଶୁରାମ ପ୍ରଧାନ, ତୁଷାରକାନ୍ତ ମହାପାତ୍ର, ଗଜେନ୍ଦ୍ର ପ୍ରସାଦ ମହାନ୍ତି ଏବଂ ଯୁବ ଗାଳ୍ପିକ ସଂଜୟ ପଣ୍ଡା, ‘ଚନ୍ଦ୍ରଭାଗା’ର ଆଜୀବନ ସଦସ୍ୟ ସନ୍ତୋଷ ପଣ୍ଡା, ଜଗବନ୍ଧୁ ପୃଷ୍ଟି ଓ ଅନୁଷ୍ଠାନର ସଦସ୍ୟ ସମାଜସେବୀ ଅବନୀ ଜେନା, ଜ୍ୟୋତିର୍ମୟୀ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ଚନ୍ଦ୍ରଭାଗୋତ୍ସବ କରିବା ନେଇ ନିଜ ନିଜର ମତପୋଷଣ କରିଥିଲେ।

Tags: #Chandrabhagotsav #Meeting #Balasore #Odisha

Comment