ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକା ସାତପଡ଼ା ଫରେଷ୍ଟ ରେଞ୍ଜ୍‌ ନିକଟରୁ ଗୁରୁବାର ଏକ ଇରାୱାଡି ଡଲ୍‌ଫିନ୍‌ର ମୃତ ଦେହ ମିଳିଛି। ପେଟ୍ରୋଲିଂ ସମୟରେ ଚିଲିକା ଡଲ୍‌ଫିନ୍‌ ସ୍କ୍ୱାର୍ଡ ମଗରମୁଖା ଚ୍ୟାନେଲ ପାଖରୁ ମୃତ ଡଲ୍‌ଫିନ୍‌କୁ ଉଦ୍ଧାର କରିଛନ୍ତି।

ମୃତ ଇରାୱାଡି ଡଲ୍‌ଫିନ୍‌ର ଲମ୍ବ ୬ ଫୁଟ ୫ଇଞ୍ଚ ହୋଇଥିବା ବେଳେ ଏହା ଏକ ମାଇ ଡଲ୍‌ଫିନ୍‌ ବୋଲି ସାତପଡ଼ା ଫରେଷ୍ଟ ରେଞ୍ଜ୍‌ ଅଫିସର ମାନସ ମହାପାତ୍ର ସୂଚନା ଦେଇଛନ୍ତି। ମୃତ ଡଲ୍‌ଫିନ୍‌କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମୃତ୍ୟୁର ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଇରାୱାଡି ଡଲ୍‌ଫିନ୍‌ ପ୍ରଜନନ ତଥା ଆବାସସ୍ଥଳି ଭାବେ ଚିଲିକା ହେଉଛି ବିଶ୍ୱରେ ପ୍ରଥମ। ଚଳିତ ବର୍ଷ ଡଲ୍‌ଫିନ୍‌ ଗଣନାରେ ଚିଲିକାରେ ମୋଟ ୧୫୫ଟି ଡଲଫିନ୍‌ ଥିବାର ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here