ଓଡ଼ିଶାଲାଇଭ୍‌ ବ୍ୟୁରୋ

କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି। ଆସନ୍ତୁ ଜାଣିବା କାହାକୁ କେଉଁଠିକୁ ବଦଳି କରାଯାଇଛି..

ନିର୍ବାଚନୀ ପୁର୍ବରୁ କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି। ଏଡିସିପି, ଏସିପି ଏବଂ ଇନ୍ସପେକ୍ଟର ସ୍ତରରେ ଏହି ଅଦଳବଦଳ ହୋଇଛି। କମିଶନରେଟ ପୋଲିସ ପକ୍ଷରୁ ଟ୍ୱିନ୍‌ସିଟିର ବିଭିନ୍ନ ଥାନାର ଆଇଆଇସି ବଦଳି ହୋଇଛନ୍ତି। କଟକ, ଭୁବନେଶ୍ୱରର ମୋଟ ୨୬ଟି ଥାନାର ଆଇଆଇସି ବଦଳିଛନ୍ତି।

ତେବେ ଆସନ୍ତୁ ଜାଣିବା କାହାକୁ କେଉଁଠିକୁ ବଦଳି କରାଯାଇଛି,

ଗିରିଜା ଶଙ୍କର ଚକ୍ରବର୍ତ୍ତୀ ହେଲେ କ୍ୟାପିଟାଲ ଥାନା ଆଇଆଇସି।

ହିମାଂଶୁ ଭୂଷଣ ସ୍ୱାଇଁ ହେଲେ ବାଦମବାଡ଼ି ଥାନା ଆଇଆଇସି।

ଅରୁଣ କୁମାର ସ୍ୱାଇଁ ହେଲେ ନୟାପଲ୍ଲୀ ଥାନା ଅଧିକାରୀ।

ରଶ୍ମୀରଞ୍ଜନ ମହାପାତ୍ର ହେଲେ ଖଣ୍ଡଗିରି ଥାନା ଆଇଆଇସି।

ରବି ନାରାୟଣ ଭଂଜ ହେଲେ ମାଲଗୋଦାମ ଥାନା ଅଧିକାରୀ।

ମନୋଜ ରୋଶନ ବିଲୁଙ୍ଗ ହେଲେ ମଧୁପାଟଣା ଥାନା ଆଇଆଇସି।

ବିଶ୍ୱ ରଞ୍ଜନ ନାୟକ ହେଲେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି।

ଅମିତାଭ ମହାପାତ୍ର ହେଲେ ଖାରବେଳନଗର ଥାନା ଅଧିକାରୀ।

LEAVE A REPLY

Please enter your comment!
Please enter your name here