ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ହସ୍ପିଟାଲରେ ମୃତ୍ୟୁ ଘୋଷଣା ପରେ ଗତ ମାସେ ହେଲା ୮୪ ବର୍ଷୀୟ ପିତାଙ୍କୁ ଆୟୁର୍ବେଦିକ ଉପାୟରେ ଚିକିତ୍ସା କରୁଛନ୍ତି ପୋଲିସ ଅଧିକାରୀ। ଗତ ଜାନୁଆରି ୧୪ ତାରିଖରେ ତାଙ୍କର ୮୪ ବର୍ଷୀୟ ପିତା ମୃତ୍ୟୁ ହୋଇଥିଲା। ଭୋପାଳର ଏକ ହସ୍ପିଟାଲ ମୃତ୍ୟୁ ପ୍ରମାଣ ପତ୍ର ବି ଦେଇଥିଲେ। କିନ୍ତୁ ମୃତ ବାପାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ପୋଲିସ ଅଧିକାରୀ।

ଏହି ପୋଲିସ ଅଧିକାରୀଙ୍କ ନାମ ରାଜେନ୍ଦ୍ର ମିଶ୍ରା। ସେ ମଧ୍ୟପ୍ରଦେଶ ପୋଲିସରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ କାମ କରୁଥିଲେ। ସେ ଏବେ ଛୁଟିରେ ଚାଲି ଯାଇଛନ୍ତି। ରାଜେନ୍ଦ୍ର ମିଶ୍ରା ଭୋପାଳର ୭୪ ବଙ୍ଗଳା ଅଞ୍ଚଳରେ ଡି-୭ରେ ରହୁଛନ୍ତି। ତାଙ୍କ ପିତା କାଳୁମଣି ମିଶ୍ରା ଅସୁସ୍ଥ ହେବାରୁ ତାଙ୍କୁ ଜାନୁଆରି ୧୩ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ଜାନୁଆରି ୧୪ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେ ମୃତଦେହକୁ ନେଇ ନିଜ ଘରକୁ ଚାଲି ଆସିଥିଲେ।

ରିପୋର୍ଟ ଅନୁସାରେ, ପିତାଙ୍କୁ ପୁଣିଥରେ ଜୀବିତ କରିବା ଆଶାରେ ଅଧିକାରୀ ପୁଅ ଆୟୁର୍ବେଦିକ ଛାଡଫୁଙ୍କା ଆରମ୍ଭ କରି ଦେଇଥିଲେ। ସେ ପିତାଙ୍କ ଶରୀର ହଲଚଲ ହେବା ଦେଖିବାକୁ ପାଇଥିଲେ। ଏହାପରେ ସେ ଆୟୁର୍ବେଦିକ ଚିକିତ୍ସା ପାଇଁ ନିଷ୍ପତ୍ତି ନେଇଥିଲେ।

Comment