ଓଡ଼ିଶାଲାଇଭ୍ ବ୍ୟୁରୋ

ବାସ୍ତୁ ଅନୁସାରେ ଘରର ବିଭିନ୍ନ କୋଣର ସଠିକ ବର୍ଣ୍ଣନା କରାଯାଇଛି। ଆଉ ସେଥିଲାଗି ଲୋକମାନେ ଘର କରିବା ପୂର୍ବରୁ ସେ ସମସ୍ତ ଦିଗ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି।  ଜ୍ୟୋତିଷଙ୍କ ଠାରୁ ପରାମର୍ଶ ନେଇ ଲୋକେ ଶୁଭଫଳ ପ୍ରାପ୍ତି ନିମନ୍ତେ ବିଭିନ୍ନ ଗଛ ଲଗାଇଥାନ୍ତି। ଆପଣଙ୍କ ଘରେ ଯଦି ମନି ପ୍ଲାଣ୍ଟ ଗଛ ଅଛି ତେବେ ଏହା ଅନେକ ଶୁଭଫଳ ଦେବ ଯଦି ଆପଣ ଏହାକୁ ସଠିକ୍ ଦିଗରେ ଲଗାଇଛନ୍ତି।

ମନିପ୍ଲାଣ୍ଟ ଗଛ ଯଦି ଠିକ୍ କୋଣରେ ନରହେ ତେବେ ଏହା ଶୁଭଫଳ ଦେଇନଥାଏ। ସାଧାରଣତଃ ମନିପ୍ଲାଣ୍ଟ ଗଛକୁ ସୁଖ ସମୃଦ୍ଧିର ଗଛ ବୋଲି ସମସ୍ତେ କହିଥାନ୍ତି। ଉତ୍ତର-ପୂର୍ବ ଦିଗରେ ଏହି ଗଛ ରହିଲେ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ତେଣୁ ଯଦି ଆପଣ ଘରେ ଏହି ଦିଗରେ ମନି ପ୍ଲାଣ୍ଟ ଗଛ ଅଛି ତେବେ ଜଲଦି ସ୍ଥାନ ପରିବର୍ତ୍ତନ କରିନିଅନ୍ତୁ।

ତେବେ ଘରର ଉତ୍ତର, ପୂର୍ବ-ଉତ୍ତର, ଦକ୍ଷିଣ-ପଶ୍ଚିମ ଦିଗରେ ମନି ପ୍ଲାଣ୍ଟ ଗଛ ରହିଲେ ଅତ୍ୟନ୍ତ ଶୁଭଫଳ ଦେଇଥାଏ। କୁଣ୍ଡରେ ଏହି ଗଛ ଲଗାଇଲେ ଘର ଲାଗି ଶୁଭଫଳ ଦେଇଥାଏ।

ଯଦି ଆପଣଙ୍କ ଘରେ ମନିପ୍ଲାଣ୍ଟ ଗଛ ବଢ଼ୁନାହିଁ ଆଉ ଏହା ଝାଉଁଳି ଯାଇଛି ଏହା ଘର ଲାଗି ଶୁଭ ନୁହଁ। ତେଣୁ ଗଛର ଯତ୍ନ ନିଅନ୍ତୁ ଏବଂ ଯଥାସମ୍ଭବ ମନିପ୍ଲାଣ୍ଟ ଗଛକୁ ସତେଜ ରଖିବାକୁ ଚେଷ୍ଟା କରନ୍ତୁ। ଯେଉଁ ପତ୍ର ଝାଉଁଳି ଯାଇଛି ତାହା ଛିଡ଼ାଇଦିଅନ୍ତୁ। ଏହା ଆପଣଙ୍କ ଘରଲାଗି ଶୁଭଫଳ ଆଣିବ।

Comment