ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): ପାଆଞ୍ଚି ଗଛରେ ଭାଲୁ ବସିଛି, ଭାଲୁକୁ ତଳେ ଜଗି ରହିଛନ୍ତି ଗ୍ରାମର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ। ଏହି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ନକୁଳଗୁଡ଼ା ଗାଁରେ।

ଗ୍ରାମବାସୀଙ୍କ କହିବା ଅନୁସାରେ ସୋମବାର ଭୋର ସମୟରେ ନକୁଳଗୁଡ଼ା ଗାଁ କଟିରିଆ ସାହି ନିକଟରେ ଥିବା ଏକ ପାଆଞ୍ଚି ଗଛ ମୂଳରେ ଗୋଟିଏ ଭାଲୁ ବସିଥିଲା। ଗାଁ ନିକଟରେ ଭାଲୁ ଥିବା ଶୁଣିବା ପରେ ଧୀରେ ଧୀରେ ଲୋକଙ୍କ ଭିଡ଼ ଜମିଥିଲା। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ରୁଣ୍ଡ ହୋଇଯାଇଥିଲେ ଘଟଣାସ୍ଥଳରେ। ଏହାକୁ ଦେଖି ଭାଲୁଟି ସେଠାରୁ ଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ଲୋକଙ୍କ ପାଟିତୁଣ୍ଡରେ ଭାଲୁଟି ଉପାୟ ନପାଇ ଗଛ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲା।

ଗଛର ପ୍ରାୟ ୩୦ ଫୁଟ ଉପରକୁ ଚଢ଼ିବା ପରେ ଭାଲୁଟି ସେଠାରେ ଅଟକି ଯାଇଥିବା ଦେଖିବାକୁ ମିଳିଛି। ଗଛ ଉପରେ ଭାଲୁଟି ବସି ରହିଥିବାବେଳେ ତଳେ ଜଗି ରହିଛନ୍ତି ଗ୍ରାମବାସୀ। ଭାଲୁକୁ ଉଦ୍ଧାର କରିବାକୁ ଗ୍ରାମବାସୀ ବୋରିଗୁମ୍ମା ବନ ବିଭାଗକୁ ଖବର ଦେଇଛନ୍ତି।

Tags: #Koraput #Bear #Climbup #Villagers

Comment