ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣ ବିଭିନ୍ନ ସମୟରେ ଗାଡ଼ିଧରି କିମ୍ବା ଚାଲିଚାଲି ରାସ୍ତାରେ ଗଲା ବେଳେ ରାସ୍ତାକଡ଼ ଗଛରେ ଧଳା ରଙ୍ଗ ଲାଗିଥିବା ଦେଖିଥିବେ। ରାସ୍ତାର ଦୁଇ ସାଇଡରେ ଥିବା ସୁବ ଗଛରେ ଏହି ଧଳା ରଙ୍ଗ ଲଗାଯାଇଥାଏ।

ଏହାର କାରଣ କ’ଣ ଜାଣିଛନ୍ତି କି?

ଏହାର କାରଣ ହେଲା, ରାତିରେ ଗାଡ଼ି ଲାଇଟରେ ଗଛଗୁଡ଼ିକ ଠିକ୍ ଭାବେ ଦେଖାଯାଇନଥାଏ। ଯେଉଁ କାରଣରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟିଥାଏ। ତେଣୁ ରାତିରେ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ଧଳା ରଙ୍ଗ ଲଗାଇବା ଦ୍ୱାରା ଗଛଗୁଡ଼ିକ ଗାଡ଼ି ଚାଳକଙ୍କୁ ଠିକ୍ ଭାବେ ଦେଖାଯାଇଥାଏ, ଯାହାଦ୍ୱାରା ଦୁର୍ଘଟଣାକୁ ରୋକା ଯାଇପାରିଥାଏ।

କେତେକ ସ୍ଥାନରେ ଧଳା ରଙ୍ଗ ବଦଳରେ ଲାଲ୍ ରଙ୍ଗ ମଧ୍ୟ ଲଗାଯାଇଥିବା ଦେଖିବାକୁ ମିଳିଥାଏ।

ଏହାସହ ଗଛମୂଳକୁ  ବିଭିନ୍ନ ପ୍ରକାର କୀଟପତଙ୍ଗ କବଳରୁ ରକ୍ଷା କରିବା ପାଇଁ ମଧ୍ୟ ଏହି ଧଳାରଙ୍ଗର ବ୍ୟବହାର କରାଯାଇଥାଏ। ସୁବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଗଛରେ ଆପଣ ଏଭଳି ଧଳାରଙ୍ଗ ଲଗାଯାଇଥିବାର ଦେଖିବେ ଆପଣ ଜାଣିବେ ଯେ ଏହି ଗଛଗୁଡ଼ିକ ବନବିଭାଗର ନଜରରେ ରହିଛି। ଏହି ଗଛଗୁଡ଼ିକର ଦେଖାଶୁଣା ବିନବିଭାଗ ଦ୍ୱାରା କରାଯାଇଥାଏ।

Comment