ଓଡ଼ିଶାଲାଇଭ୍ ବ୍ୟୁରୋ

ନେପାଳର ତାନହୁଁ ଜିଲ୍ଲା ନିକଟରେ ମାର୍ସାଙ୍ଗଡ଼ି ନଦୀକୁ ଗୋଟିଏ ଯାତ୍ରୀବାହୀ ବସ୍ ଖସିପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଭାରତୀୟ ବୋଲି ତନହୁଁ ଜିଲ୍ଲା ପୋଲିସ ମୁଖ୍ୟାଳୟର ଡିଏସପି ଦୀପକ କୁମାର ରାୟ ସୂଚନା ଦେଇଛନ୍ତି।

ଉତ୍ତରପ୍ରଦେଶ ନମ୍ବର ପ୍ଲେଟ ଥିବା ଏକ ବସ୍ ୪୦ ଜଣ ଯାତ୍ରୀଙ୍କୁ ଧରି କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିଲା। ଶୁକ୍ରବାର ଦିନ ବସଟି ଭାରସାମ୍ୟ ହରାଇ ତାନହୁଁ ଜିଲ୍ଲା ନିକଟରେ ମାର୍ସାଙ୍ଗଡ଼ି ନଦୀକୁ ଖସିପଡ଼ିଥିଲା।

ଦୁର୍ଘଟଣା ପରେ ଜିଲ୍ଲା ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୧୪ ଜଣଙ୍କର ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ଅନ୍ୟ ୧୫ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ନିଖୋଜ ଥିବା ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ବୋଲି ଡିଏସପି ସୂଚନା ଦେଇଛନ୍ତି।

Tags: #Nepal #Accident #Death #BusAccident #Indian

Comment