ଓଡ଼ିଶାଲାଇଭ ବ୍ୟୁରୋ

‘‘ବାତ୍ୟା ‘ଫନି’ ଆସିଲା। ଆମର ସବୁକିଛି ଛଡ଼ାଇ ନେଲା। ଘର ଭାଙ୍ଗି ଦେବା ସହ ଅମଳ ହେବାକୁ ଥିବା ଫସଲ ନଷ୍ଟ କରିଦେଲା। ଆମେ କେମିତି ବଞ୍ଚିବୁ’’।

ଏହା ହେଉଛି ଜଟଣୀ ନିକଟସ୍ଥ ପୋଡ଼ପୋଡ଼ା ଗାଁର ଲୋକଙ୍କ ପ୍ରଶ୍ନ।

ବାତ୍ୟା ଫନି ତାଣ୍ଡବ କରି ଚାଲି ଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷତି କରିଛି ଫନି। ଓଡ଼ିଶାଲାଇଭ୍ ଟିମ୍ ବାତ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ଲାଗି ପହଞ୍ଚିଥିଲା ଖୋର୍ଦ୍ଧା ଜିଲ୍ଲା ଜଟଣୀର ପୋଡ଼ପୋଡ଼ା ଗାଁରେ। ଗ୍ରାମବାସୀମାନେ ଫନିର ସେହି କରାଳ ରୂପକୁ ବଖାଣିଥିଲେ।

ପୋଡ଼ପୋଡ଼ା ଗାଁରେ ବାସ କରନ୍ତି ୧୦୦ରୁ ଅଧିକ ପରିବାର। ଗାଁରେ ପ୍ରବେଶ କରିବା ମାତ୍ରେ ଯେତେ ଯାଏଁ ନଜର ଯାଉଛି ସେତେ ଯାଏଁ ଫନିର ପ୍ରଭାବ ଦେଖିବାକୁ ମିଳୁଛି। ଅନେକ ଘର ଭାଙ୍ଗି ଯାଇଥିବା ବେଳେ ଆଉ କିଏ ସବୁକିଛି ହରାଇ ମୁଣ୍ଡରେ ହାତଦେଇ ବସିଛି।

ଏହି ଗାଁରେ ଯେତେବେଳେ ଆମ ଟିମ୍ ପହଞ୍ଚିଥିଲା ସେତେବେଳେ ସେଠାକାର ଦୃଶ୍ୟ ଥିଲା ବଡ଼ କଷ୍ଟଦାୟକ। କିଏ ନିଜର ଉଡ଼ି ଯାଇଥିବା ଛପରକୁ ସଜାଡ଼ିବାରେ ବ୍ୟସ୍ତ ତ ଆଉ କିଏ ପାଣିରେ ଭିଜି ଯାଇଥିବା ନଡ଼ା ଶୁଖାଇବାରେ ବ୍ୟସ୍ତ ଥିଲା।

ଗାଁ ଲୋକେ ଯେତେବେଳେ ଆମ ଆଗରେ ଫନିର ସେହି ୪ ଘଣ୍ଟାର କରାଳ ରୂପ ସମ୍ପର୍କରେ ବଖାଣୁଥିଲେ ସେତେବେଳେ ସେମାନଙ୍କ ଆଖିରେ ଲୁହ ଜକେଇ ଆସିଥିଲା।

ପୋଡ଼ପୋଡ଼ା ଗ୍ରାମବାସୀ ଫନି ବାତ୍ୟାରେ ଯାହା ହରେଇଛନ୍ତି ତାହା ଫେରି ପାଇବାକୁ କେତେଦିନ ଲାଗିବ ତାହା ଜଣାନାହିଁ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment