ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ପ୍ରତିବର୍ଷ ଖୋଦ୍ଧା ଜିଲ୍ଲା ଜଟଣୀରେ ଧୁମଧାମରେ ପାଳିତ ହୁଏ ଗଣେଶ ପୂଜା। କିନ୍ତୁ ଏବର୍ଷ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜାକୁ ଫିକା କରିଛି କରୋନା। କୌଣସି ବି ପୂଜା ମଣ୍ଡପରେ ଆଜି ଗଣେଶ ପୂଜା ହୋଇନାହିଁ।BGU

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଘରେ ରହି ଲୋକେ ଗଣେଶ ପୂଜା କରିଛନ୍ତି। ଯେଉଁଠି ୨୦୦ରୁ ଉର୍ଦ୍ଧ୍ୱ ପୂଜା ପେଣ୍ଡାଲରେ ପୂଜା ପାଉଥିଲେ ପ୍ରଭୁ ଗଜାନନ, ଆଜି ସେହି ସ୍ଥାନ ଖାଁ ଖାଁ। ୧୧ ଦିନ ଧରି ନବ ବଧୂ ପରି ସଜେଇ ହେଉଥିବା ସହର ସତେ ଯେମିତି ରଙ୍ଗ ହଜଇେ ଦେଇଛି।

ଜଟଣୀ ଗଣେଶ ପୂଜାରେ ମିନା ବଜାର,ଯାତ୍ରା,ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଏକତ୍ର ଭଷାଣୀ ମହୋତ୍ସବ ଆଦି ହୋଇଥାଏ। ଏଠାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ଏ ବର୍ଷ ସବୁ କିଛି ବନ୍ଦ। ଫଳରେ ନିରାଶ ହୋଇଛନ୍ତି ଜଟଣୀବାସୀ।

‘‘କରୋନା କଟକଣା ହେତୁ ଏହି ବର୍ଷ ଜିଲ୍ଲା ପ୍ରଶାସନ ଓ ପୋଲିସର ନିର୍ଦ୍ଦେଶକ୍ରମେ କୌଣସି ପୂଜା ମଣ୍ଡପରେ ପୂଜା ହୋଇନି। ପୂଜା କମିଟି ସଦସ୍ ମାନେ ଘର ପାଖରେ ପୂଜାକୁ ଅଳ୍ପ ଲୋକରେ ସାରିଛନ୍ତି ।ପ୍ରଭୁଙ୍କ ଆଶିଷ ରହିଲେ ଆର ବର୍ଷ ଏହାକୁ ଧୁମଧାମରେ ପାଳନ କରିବୁ’’, କହିଛନ୍ତି ଜଟଣୀ ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ।

Comment