ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲୱାନା ଆକ୍ରମଣରେ ସହିଦଙ୍କ ପରିବାରକୁ ଗୋଟେ ଦିନର ଦରମା ଦେବେ ଓଡ଼ିଶା ଆଇପିଏସ୍ ସଙ୍ଘ।
ଜମ୍ମୁ-କଶ୍ମୀରର ପୁଲୱାନାରେ ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ଏହି ଘଟଣାପରେ ସାରା ଦେଶବାସୀ ମର୍ମାହତ ହୋଇଯାଇଛନ୍ତି। ଏନେଇ ସହିଦଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶା ଆଇପିଏସ୍ ସଙ୍ଘ।
ସହିଦଙ୍କ ପରିବାରକୁ ଦିନକର ଦରମା ଦେବାକୁ ନିଷ୍ପତ୍ତି ନେଇଛି ସଙ୍ଘ। ସିଆରପିଏଫ ଡିଜିଙ୍କ କଲ୍ୟାଣ ପାଣ୍ଠିକୁ ପ୍ରଦାନ ପାଇଁ ଓଡ଼ିଶା ଆଇପିଏସ୍ ସଙ୍ଘ ନିଷ୍ପତ୍ତି ନେଇଛନ୍ତି।
ଗୁରୁବାର ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦ ବିସ୍ଫୋରଣରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି। ୨୫୦୦ରୁ ଅଧିକ ଯବାନ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ଏହି ଆତ୍ମଘାତୀ ଆକ୍ରମଣ ହୋଇଥିଲା।













