ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସରକାର ଆଜି ୩ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ପଦୋନ୍ନତି କରିଛନ୍ତି। ଆଇପିଏସ୍‌ ସତ୍ୟଜିତ ମହାନ୍ତି, ମନୋଜ କୁମାର ଛାବ୍ରା ଏବଂ ସୁରେନ୍ଦ୍ର ପନୱାରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି।

୧୯୮୮ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ସତ୍ୟଜିତ ମହାନ୍ତି ଟୁଇନ୍‌ ସିଟିର ପୂର୍ବତନ ପୋଲିସ କମିଶନର ରହିଥିଲେ। ସତ୍ୟଜିତ ମହାନ୍ତି ଏବଂ ମନୋଜ କୁମାର ଛାବ୍ରାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏହି ଦୁଇ ଆଇପିଏସ୍‌ ଅଫିସରଙ୍କ ନିଯୁକ୍ତି ସ୍ଥିର କରାଯିବ।

ସେହିପରି ୧୯୮୭ ବ୍ୟାଚ୍‌ ଆଇପିଏସ୍‌ ସୁରେନ୍ଦ୍ର ପନୱାର ବର୍ତ୍ତମାନ କେନ୍ଦ୍ର ଡେପୁଟେସନରେ ଅଛନ୍ତି। ରାଜ୍ୟ ସରକାର ସୁରେନ୍ଦ୍ର ପନୱାରଙ୍କୁ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି କରିଛନ୍ତି।

Comment