ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗୁରୁବାର ଦିନ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ୫ ଏସପିଙ୍କ ସମେତ ୧୮ ଜଣଙ୍କର ବଦଳି କରିଛନ୍ତି ରାଜ୍ୟ ସରକାର।

କୁଶାଲକର ନୀତିନ ଡଗଡୁଙ୍କୁ କେନ୍ଦୁଝର ଏସପି ଭାବେ ନିଯୁକ୍ତି ମିଳିଥିବାବେଳେ ମୁକେଶ କୁମାର ଭାମୁ ସମ୍ବଲପୁର ଏସପି ଭାବେ ନିଯୁକ୍ତ ହୋଇଛନ୍ତି। ମିତ୍ରଭାନୁ ମହାପାତ୍ର ରାଉରକେଲା ଏସପି ହୋଇଥିବାବେଳେ ଖିଲାରୀ ରିଷିକେଶଙ୍କୁ ବଲାଙ୍ଗୀର ଏସପି ଓ ବି. ଗଙ୍ଗାଧରଙ୍କୁ ମୟୂରଭଞ୍ଜ ଏସପି ଭାବେ ନିଯୁକ୍ତି ମିଳିଛି।

ସେହିପରି ଏଏମ ପ୍ରସାଦଙ୍କୁ ସ୍ପେସାଲ ଡିଜିପି ଏଚଆରପିସି ଭାବେ ନିଯୁକ୍ତି ମିଳିଥିବାବେଳେ ସୁଧାଂଶ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ଼ ଡିଜି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

ଏହା ସହିତ ରାଧାକୃଷ୍ଣ ଶର୍ମାଙ୍କୁ ଆଡିସନାଲ ଡିଜିପି ହେଡକ୍ଵର୍ଟର ଦାୟିତ୍ଵ ଦିଆଯାଇଛି। ସଞ୍ଜୟ କୁମାରଙ୍କୁ ଆଇନଶୃଙ୍ଖଳା ଓ କମ୍ୟୁନିକେସନର ଆଡିସନାଲ ଡିଜିପି ଭାବେ ନିଯୁକ୍ତି ମିଳିଥିବାବେଳେ ଅମିତାଭ ଠାକୁର ପରିବହନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି।

ସେହିପରି ସୁରେଶ ଦେବଦତ୍ତ ସିଂ ଏଡିଜିପି ଅପରେସନସ, ଦୟାଲ ଗଙ୍ଗଓ୍ଵାର ଏଡିଜିପି ରେଳବାଇ ଏବଂ ତଟ ସୁରକ୍ଷା, ରାଜେଶ କୁମାର ଏଡିଜିପି ଆଧୁନିକୀକରଣ ନିଯୁକ୍ତ ହୋଇଥିବାବେଳେ ନରସିଂହ ଭୋଳ ଅବକାରୀ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ଏହା ସହ ଆଶିଷ ସିଂଙ୍କୁ କେନ୍ଦ୍ରରାଞ୍ଚଳ ଆଇଜି ଭାବେ ନିଯୁକ୍ତି ମିଳିଥିବାବେଳେ ରାଜେଶ ପଣ୍ଡିତଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଦାୟିତ୍ଵ ଦିଆଯାଇଛି। ଅଖିଳେଶ୍ୱର ସିଂହ ଡିଆଇଜି ଏସଆଇଡବ୍ଲ୍ୟୁ ଓ ଚରଣ ସିଂ ମୀନାଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ କରାଯାଇଛି।

Tags: #IPSReshuffle #Odisha #SP #DGP

Comment