ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ବୁଧବାର ଦିନ ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର-କଟକ ଟୁଇନସିଟିର ପୋଲିସ କମିଶନର ଭାବେ ସଞ୍ଜୀବ ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ଏହା ପୂର୍ବରୁ ସଞ୍ଜୀବ ପଣ୍ଡା ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ତଥା ଓପିଏଚଡ୍ଲ୍ୟୁସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଥିଲେ।

ସେହିପରି ଟୁନସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

କଟକ ଡିସିପି ଥିବା ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଥିବାବେଳେ ପୁରୀ ଏସ୍‌ପି କନୱର ବିଶାଲ ସିଂହଙ୍କୁ କଟକ ଡିସିପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

ଗୃହ ବିଭାଗର ସ୍ଵତନ୍ତ୍ର ସଚିବ ଥିବା ଡକ୍ଟର ସନ୍ତୋଷ ବାଲାଙ୍କୁ ଓପିଏଚଡବ୍ଲ୍ୟୁସି ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ପୋଲିସ ହାଉସିଂ ବୋର୍ଡର ସିଏମ୍‌ଡି ଭାବେ ସେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ।

ପୂର୍ବାଞ୍ଚଳ ଆଇଜି ଥିବା ହିମାଂଶୁ କୁମାର ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି ଭାବେ ନିଯୁକ୍ତି ମିଳିଛି। ସେହିପରି ଉତ୍ତରାଞ୍ଚଳ ଆଇଜି ଥିବା ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଥିବା ଡକ୍ଟର ଦୀପକ କୁମାରଙ୍କୁ ଏନସିଆର ତାଳଚେରକୁ ବଦଳି କରାଯାଇଥିବାବେଳେ ତାଙ୍କୁ ଅନୁଗୁଳ ପିଟିସିର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

ସେହିପରି ଦକ୍ଷିଣାଞ୍ଚଳ ଆଇଜି ଥିବା ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ଆଇଜି କରାଯାଇଥିବା ବେଳେ ଇଓଡବ୍ଲ୍ୟୁ, ଏସ୍‌ଟିଏଫ୍ ଆଇଜିପି ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। 

ହେଡକ୍ୱାର୍ଟର ଏଆଇଜିପି ଥିବା ବି ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ଭାବେ ବଦଳି କରାଯାଇଛି। କେନ୍ଦ୍ରାପଡ଼ା ଏସ୍‌ପି ଥିବା ମଡକର ସନ୍ଦୀପ ସମ୍ପତଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ନିଯୁକ୍ତି ମିଳିଛି। ରାୟଗଡ଼ା ଏସ୍‌ପି ଥିବା ବିବେକାନନ୍ଦ ଶର୍ମାଙ୍କୁ ରାଜ୍ୟ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟକୁ ଏଆଇଜିପି ଭାବେ ବଦଳି କରାଯାଇଛି।  

ସେହିପରି ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ସ୍ପେସାଲ ବ୍ରାଞ୍ଚ ଏସ୍‌ପି ଭାବେ ଭୁବନେଶ୍ୱରକୁ ବଦଳି କରାଯାଇଛି। ଅମରେଶ କୁମାର ପଣ୍ଡାଙ୍କୁ ପୋଲିସ ମୁଖ୍ୟାଳୟ ଏଆଇଜି ଭାବେ ନିଯୁକ୍ତ କରାଯାଇଛି।
ଦେବଗଡ଼ ଏସପି ଥିବା ପି କେ ମିଶ୍ରଙ୍କୁ ରାଉରକେଲା ଏସଆରପି ଭାବେ ବଦଳି କରାଯାଇଥିବାବେଳେ ରାମ ପ୍ରସାଦ ସାହୁଙ୍କୁ ଦେବଗଡ଼ ଏସ୍‌ପି ଭାବେ ନିଯୁକ୍ତି ମିଳିଛି।

ଜୟପୁର ଏସଡିପିଓ ଥିବା ହରିଶ ବିସିଙ୍କୁ ରାୟଗଡ଼ା ଏସ୍‌ପି ଭାବେ ନିଯୁକ୍ତି ମିଳିଥିବାବେଳେ ବାଲିଗୁଡ଼ା ଏସଡିପିଓ ୟଶପ୍ରତାପ ଶ୍ରୀମଲଙ୍କୁ ସୋନପୁର ଏସ୍‌ପି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

Tags: #IPSReshuffle #Odisha #SP #DGP #OdishaPolice #Odisha

Comment