ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିର୍ତ୍ତୋଲ ଉପ-ନିର୍ବାଚନକୁ ଆଉ ମାତ୍ର ୩ ଦିନ ରହିଛି। ଏହାପୂର୍ବରୁ ଜଗତସିଂହପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଡିଜିପି ଅଭୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ଉପନିର୍ବାଚନ ପାଇଁ ତିର୍ତ୍ତୋଲରେ ୨୧ ପ୍ଲାଟୁନ ଫୋର୍ସ ଓ ୫ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ପହଞ୍ଚାଯାଇଛି। ନିର୍ବାଚନ ଦିନ ୧୫୦ ଜଣ ଇନ୍ସପେକ୍ଟର ଓ ଏଏସଆଇ ରାଙ୍କ୍‌ର ଅଧିକାରୀ ମୁତୟନ ରହିବେ। ୮ଜଣ ଏସ୍‌ପି ଓ ଡିଏସ୍‌ପି ରାଙ୍କ୍‌ର ଅଧିକାରୀ ମଧ୍ୟ ମୁତୟନ ରହିବେ। ସମୀକ୍ଷା ବୈଠକ ପରେ ଏଡିଜି ଯଶୋବନ୍ତ ଜଠଓ୍ୱା ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ୭୫ ଜଣ ଓ୍ୱାରେଣ୍ଟିଙ୍କୁ ଗିରଫ କରାଯିବା ସହ ୧୫ ଶହ ଅସାମାଜିକଙ୍କୁ ଅଟକ ରଖାଯାଇଥିବା ସେ କହିଛନ୍ତି। ସେହିପରି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହେବ ବୋଲି ଡିଜିପି କହିଛନ୍ତି।

ଆସନ୍ତା ନଭେମ୍ବର ୩ରେ ଭୋଟ ଗ୍ରହଣ କରାଯିବ। ୧୦ ତାରିଖରେ ଭୋଟ ଗଣତି ହେବ। କୋଭିଡ କଟକଣା ଭିତରେ ସୁରୁଖୁରରେ ନିର୍ବାଚନ ପରିଚାଳନା ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।

Comment