ଓଡ଼ିଶାଲାଇଭ୍ ବ୍ୟୁରୋ

ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ ବଢ଼ିବାରେ ଲାଗିଛି। ବିଜୟ ଶଙ୍କରଙ୍କ ବିରୋଧରେ ଶେଷରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାନ୍ଧବୀ ସୋମାଲିକା ଦାଶ।

ନିକଟରେ ବିଧାୟକ ବିଜୟ ଶଙ୍କର ଦାସ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକସ୍ଥିତ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଏହି ବିବାହ ପାଇଁ ଅନୁମତି ପ୍ରଦାନ ନକରିବାକୁ ସୋମାଲିକା ହାଇକୋର୍ଟରେ ଆବେଦନ କରିଛନ୍ତି।

ବିବାହ ପାଇଁ ପ୍ରତିଶ୍ରୁତି ଦେଇ ପରେ ପ୍ରତାରଣା କରିଥିବା ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସୋମାଲିକା ଦାଶ।

ଗତ ଜୁନ ୧୬ ତାରିଖରେ ବିବାହ କରିବାକୁ ଉଭୟ ବିଜୟ ଶଙ୍କର ଦାସ ଏବଂ ସୋମାଲିକା ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଜୁନ ୧୭ ତାରିଖକୁ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ସୋମାଲିକା ଧାର୍ଯ୍ୟ ହୋଇଥିବା ତାରିଖରେ ବିବାହ ପାଇଁ ପହଞ୍ଚିଥିଲେ କିନ୍ତୁ ଆସିନଥିଲେ ବିଜୟ ଶଙ୍କର ଦାସ। ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ସୋମାଲିକା।

ଗତ ସେପ୍ଟେମ୍ବର ମାସ ୨୧ ତାରିଖରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ବିଜୟ ଶଙ୍କର କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିବାର ପରଦିନ ସୋମାଲିକା ସବରେଜିଷ୍ଟ୍ରାରଙ୍କୁ ଭେଟି ବିବାହ ଆବେଦନକୁ ରଦ୍ଦ କରିବା ନିମନ୍ତେ ଅନୁରୋଧ କରିଥିଲେ। ବିବାହ ତାରିଖ ଅକ୍ଟୋବର ୨୧କୁ ଧାର୍ଯ୍ୟ ହୋଇଥିବାରୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି ସୋମାଲିକା ଦାସ।

Tags: #BijayShankarDas #Trouble #Marriage #Controversy #love #Tirtol #odishahinghcourt

LEAVE A REPLY

Please enter your comment!
Please enter your name here