ଓଡ଼ିଶାଲାଇଭ୍ ବ୍ୟୁରୋ

କଟକସ୍ଥିତ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ହାଜର ହେଲେ ସୋମାଲିକା ଦାଶ। କିନ୍ତୁ ହାଜର ହୋଇନାହାନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ତାଙ୍କ ବାନ୍ଧବୀ। ବିବାହ ବିବାଦକୁ ନେଇ ତିନିଜଣଙ୍କୁ ହଜାର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ପୂର୍ବ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଦିନ ସୋମାଲିକା ଦାସ ଆବଶ୍ୟକ ଡକ୍ୟୁମେଣ୍ଟ ସାଙ୍ଗରେ ଧରି ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବାକି ପ୍ରମାଣ ଯୋଗାଡ଼ କରିବାକୁ ସୋମାଲିକା ଦୁଇ ସପ୍ତାହ ସମୟ ମାଗିଛନ୍ତି। କାର୍ଯ୍ୟାଳୟରୁ ତାଙ୍କୁ ଅନୁମତି ମିଳିଥିବାବେଳେ ନଭେମ୍ବର ୨୧ ତାରିଖ ସୁଦ୍ଧା ପ୍ରମାଣ ସହ ହାଜର ହେବା ଲାଗି ସୋମାଲିକାଙ୍କୁ କୁହାଯାଇଛି।

ଗତ ସେପ୍ଟେମ୍ବର ମାସ ୨୧ ତାରିଖରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ବିଜୟ ଶଙ୍କର କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିବାର ପରଦିନ ସୋମାଲିକା ସବରେଜିଷ୍ଟ୍ରାରଙ୍କୁ ଭେଟି ବିବାହ ଆବେଦନକୁ ରଦ୍ଦ କରିବା ନିମନ୍ତେ ଅନୁରୋଧ କରିଥିଲେ। ବିବାହ ତାରିଖ ଅକ୍ଟୋବର ୨୧କୁ ଧାର୍ଯ୍ୟ ହୋଇଥିବାରୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା ଦାସ। ଅକ୍ଟୋବର ୧୮ ତାରିଖରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଉପରେ ରୋକ ଲଗାଇବାକୁ ସୋମାଲିକା ଆବେଦନ କରିଥିଲେ।

ବିବାହର ପ୍ରତିଶ୍ରୁତି ଦେଇ ବିଜୟ ଶଙ୍କର ତାଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ କରିବା ସହ ବିଜୟ ଶଙ୍କର ଯାହାଙ୍କୁ ବିବାହ କରିବା ପାଇଁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତା ବୋଲି ସୋମାଲିକା ଅଭିଯୋଗ କରିଥିଲେ। ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଆବଶ୍ୟକ ପ୍ରମାଣ ସହ ନଭେମ୍ବର ୭ ତାରିଖରେ ହଜାର ହେବା ପାଇଁ ସୋମାଲିକାଙ୍କୁ ନୋଟିସ କରାଯାଇଥିଲା।

ଆବଶ୍ୟକ ପ୍ରମାଣ ଦାଖ କରିବାକୁ ଦୁଇ ସପ୍ତାହର ସମୟ ମାଗିଛନ୍ତି ସୋମାଲିକା। ଆସନ୍ତା ୨୧ ତାରିଖୁ ସୁଦ୍ଧା ପ୍ରମାଣ ଦାଖଲ କରିବାକୁ କୁହାଯାଇଛି।

ଗତ ଜୁନ ୧୬ ତାରିଖରେ ବିବାହ କରିବାକୁ ଉଭୟ ବିଜୟ ଶଙ୍କର ଦାସ ଏବଂ ସୋମାଲିକା ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଜୁନ ୧୭ ତାରିଖକୁ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ସୋମାଲିକା ଧାର୍ଯ୍ୟ ହୋଇଥିବା ତାରିଖରେ ବିବାହ ପାଇଁ ପହଞ୍ଚିଥିଲେ କିନ୍ତୁ ଆସିନଥିଲେ ବିଜୟ ଶଙ୍କର ଦାସ। ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ସୋମାଲିକା।

Tags: #BijayShankarDas #Trouble #Marriage #Controversy #love #Tirtol #odishahinghcourt

LEAVE A REPLY

Please enter your comment!
Please enter your name here