ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଲାରେ ଦୁଇଜଣ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଉପରୁ ପରଦା ହଟି ନଥିବାବେଳେ ମଙ୍ଗଳବାର ଦିନ ଓଡ଼ିଶାରେ ଆଉ ଜଣେ ଋଷ ନାଗରିକଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଏହି ଅଘଟଣ ଘଟିଛି ପାରାଦୀପଠାରେ। ମୃତ ଋଷ ନାଗରିକ ହେଉଛନ୍ତି ରୁଷ ଜାହଜର ଚିଫ ଇଂଜିନିୟର ମିଲ ୟାକୁବ ସର୍ଜଇ। ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ୨୦୨୨ ଡିସେମ୍ବର ୨୨ ଏବଂ ୨୪ ତାରିଖରେ ଦୁଇଜଣ ଋଷ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଏବଂ ପାଭେଲ  ଆଣ୍ଟୋଭଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବାବେଳେ ଆଉ ଜଣେ ଋଷ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଓଡ଼ିଶା ପୋଲିସର ଚିନ୍ତା ବଢ଼ିଛି। ଆବଶ୍ୟକ ହେଲେ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯିବ ବୋଲି କହିଛନ୍ତି ଡିଜିପି ସୁନୀଲ କୁମାର ବଂଶଲ।

Tags: #RussiaTouristDeathCase #Paradeep #CrimeBranchInvestigation #DGP

Comment