ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରଙ୍ଗ ସ୍ଥିତ ରଡାଗଡରେ କ୍ୟାନସର୍‌ ହସ୍ପିଟାଲ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଚ୍ରଷ୍ଟର ଚେୟାରମ୍ୟାନ୍‌ ରତନ୍‌ ଟାଟାଙ୍କ ଉପସ୍ଥିତରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି ହସ୍ପିଟାଲ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟର ସହଭାଗିତାରେ ନିର୍ମାଣ ହେବ। ୫୦୦କୋଟି ଟଙ୍କାର ବ୍ୟୟରେ ନିର୍ମିତ ହେବାକୁଥିବା ଏହି ହସ୍ପିଟାଲରେ ୫୦୦ ଶଯ୍ୟା ରହିବ।

ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ, ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟ ଉପସ୍ଥିତ ଅଛନ୍ତି। ଏହି ହସ୍ପିଟାଲ ପୂର୍ବଭାରତ ସବୁଠୁ ବଡ଼ କ୍ୟାନସ୍‌ର ନିଦାନ କେନ୍ଦ୍ର ହେବ।

LEAVE A REPLY

Please enter your comment!
Please enter your name here