ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟରେ ଜୟପୁରରେ ଅନ୍ତଃରାଜ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଛତିଶଗଡ଼ ଓ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଜିଲ୍ଲାର ଏସ୍ପି ମଧ୍ୟ ସାମିଲ ହୋଇଛନ୍ତି।
ଦକ୍ଷିଣ ପଶ୍ଚିମାଞ୍ଛଲ ଡିଆଇଜି ହିମାଂଶୁ ଲାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି। ବୈଠକରେ ନିର୍ବାଚନବେଳେ ମାଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଛି।
ନିର୍ବାଚନକୁ ଆଉ କମ୍ ଦିନ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପ୍ରଶାସନ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ସମୟରେ ମାଓ କାର୍ଯ୍ୟକଳାପ ଏକ ବଡ଼ ସମସ୍ୟା। ଏହାକୁ ରୋକିବା ପାଇଁ ଏହି ବୈଠକ କରାଯାଇଛି।

















