ଓଡ଼ିଶାଲାଇଭ୍ ବ୍ୟୁରୋ
ସହିଦ ପରିବାରଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଦୁର୍ବ୍ୟହାର ଘଟଣାରେ ବିଧାୟକଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ମହିଳା କଂଗ୍ରେସ ତରଫରୁ ବାଦାମବାଡ଼ି ଥାନାରେ ଦେବାଶିଷଙ୍କ ଗିରଫ ଦାବି କରାଯାଇଥିଲା।
ସେହି ଅଭିଯୋଗ ଆଧାରରେ ବାଦାମବାଡ଼ି ଥାନାରେ ମାମାଲା ରୁଜୁ କରାଯାଇଛି। ସହିଦଙ୍କ ପରିବାରକୁ ଧକ୍କା ମାରିବା ,ଗାଳିଗୁଲଜ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।
ନିଆଳି ଥାନାକୁ ମାମଲା ହସ୍ତାନ୍ତର କରିବ ବାଦାମବାଡ଼ି ପୋଲିସ। ମାମଲା ରୁଜୁ ନେଇ କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।
ଏହା ସହିତ ଦେବାଶିଷଙ୍କ ବିରୋଧରେ ଆଜି କିଛି ସଂଗଠନ ତରଫରୁ ତାଙ୍କ କୁଶପୁତଳିକା ଦାହ କରାଯିବ ବୋଲି କୁହାଯାଇଛି। ଏସବୁରୁ ଲାଗୁଛି ଦେବାଶିକଙ୍କୁ ନେଇ ଲୋକଙ୍କ ମଧ୍ୟରେ ଅକ୍ରୋଶ ବଢ଼ିବାରେ ଲାଗିଛି। ଅନ୍ୟପଟେ ଏହି ଘଟଣା ଗଣାମାଧ୍ୟମରେ ଆସିବା ପରେ ବିଧାୟକ ନିସର୍ତ୍ତ କ୍ଷମା ପ୍ରାର୍ଥନା ମାଗିସାରିଛନ୍ତି।















