ଓଡ଼ିଶାଲାଇଭ୍ ବ୍ୟୁରୋ

“ଆମ ଲଢ଼େଇ କାଶ୍ମୀର ବିରୋଧରେ ନୁହେଁ, କାଶ୍ମୀର ପାଇଁ”, ରାଜସ୍ଥାନରେ ଏକ ଜନସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏହା କହିଛନ୍ତି। ପୁଲୱାମା ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ କଶ୍ମୀର ଲୋକଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ସେ ଏହି ବୟାନ ଦେଇଛନ୍ତି।

ମୋଦିଙ୍କ ଏହି ବୟାନକୁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସ୍ୱାଗତ ଜଣାଇଛନ୍ତି। ଏନେଇ ସେ ଏକ ଟୁଇଟ ମଧ୍ୟ କରିଛନ୍ତି।

“ଧନ୍ୟବାଦ ମୋଦି ସାହେବ। ଆପଣ ମୋ ମନର କଥା କହିଦେଲେ”, ଟୁଇଟରେ ଲେଖିଛନ୍ତି ଓମାର ଅବଦୁଲ୍ଲା।

ଆଗାମୀ ନିର୍ବାଚନ ପାଇଁ ମୋଦି ପ୍ରଚାର ପ୍ରସାର ଜୋର କରିଛନ୍ତି। ନିର୍ବାଚନୀ ପ୍ରଚାର ପ୍ରସାର ପାଇଁ ମୋଦି ରାଜସ୍ଥାନରେ ଏକ ଜନସଭାରେ ଶନିବାର ଯୋଗ ଦେଇଛନ୍ତି।

ଜନସଭାରେ ମୋଦି ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମନେ ପକାଇଥିଲେ। ସହିଦଙ୍କୁ ସେ ଶ୍ରଦ୍ଧାଞ୍ଜଳି ବି ଦେଇଥିଲେ। ଏହି ଘଟଣା ଯୋଗୁଁ ପାକସ୍ତାନଠାରୁ ଗୋଟି ଗୋଟି କରି ହିସାବ ନିଆଯାଉଥିବା କହିଲେ ମୋଦି।

LEAVE A REPLY

Please enter your comment!
Please enter your name here