ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁର ଗସ୍ତ କରିବେ। ଗୋରଖପୁରରେ ଏକ ସାଧାରଣ ସଭାରେ ସେ ଯୋଗ ଦେବେ। ଏହି ସଭାରେ ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ଶୁଭାରମ୍ଭ କରିବେ।

ଏହି ଯୋଜନା ଅନୁସାରେ କୃଷକଙ୍କୁ ୩ଟି କିସ୍ତରେ ୬ ହଜାର ଟଙ୍କା ମିଳିବ। ପ୍ରଥମ କିସ୍ତିରେ ପ୍ରାୟ ୧୨ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟ ୨ ହଜାର ଟଙ୍କା ଲେଖାଏଁ ଯିବ। ତେବେ  କୃଷକମାନଙ୍କ ପାଇଁ ନିର୍ବାଚନୀ ବର୍ଷରେ ଏହାକୁ ସବୁଠାରୁ ବଡ଼ ଉପହାର କୁହାଯାଉଛି।

ପ୍ରିୟଙ୍କା ଗାନ୍ଧିଙ୍କ ପାଇଁ ଉତ୍ତରପ୍ରଦେଶରୁ ଏହି ଯୋଜନାର ଆରମ୍ଭ ହେଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଗୋରଖପୁରରେ ବିଜେପିର ରାଷ୍ଟ୍ରୀୟ କୃଷକ ସମ୍ମିଳନୀରେ ପ୍ରଥମ ପର୍ଯ୍ୟାୟରେ କୃଷକଙ୍କ ଖାତାକୁ ମୋଦି ୨ ହଜାର ଟଙ୍କା ଟ୍ରାନ୍ସଫର କରିବେ।

ଏହି ଯୋଜନା ଅଧିନରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ତିନୋଟି କିସ୍ତିରେ ୨ ହଜାର ଟଙ୍କା କରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଏଥିପାଇଁ କେନ୍ଦ୍ର ସରକାର ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

LEAVE A REPLY

Please enter your comment!
Please enter your name here