ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ପାକିସ୍ତାନକୁ ଘୋର ବିରୋଧ କରାଯାଉଛି। ଆତଙ୍କବାଦୀ ହମଲାର ୧୦୦ ଘଣ୍ଟା ଭିତରେ ସେନା ୨ ଆତଙ୍କବାଦୀଙ୍କୁ ନିପାତ ପ୍ରତିଶୋଧ ନେଇଛି। ତଥାପି ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଭାରତୀୟମାନେ ଅଲଗା ଢଙ୍ଗରେ ପାକିସ୍ତାନକୁ ନିନ୍ଦା କରୁଛନ୍ତି। ପାକିସ୍ତାନ ମୁର୍ଦ୍ଦାବାଦ୍ କହିଲେ ୧୦ ଟଙ୍କା ଡିସ୍‌କାଉଣ୍ଟରେ ମିଳୁଛି ଚିକେନ୍। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ଏହା ସତ୍ୟ।

ଛତିଶଗଡ଼ର ଜଣେ ଚିକେନ୍ ବିକ୍ରି କରୁଥିବା ଦୋକାନୀ ଏକ ଅଲଗା ଢଙ୍ଗରେ ପାକିସ୍ତାନକୁ ବିରୋଧ କରୁଛନ୍ତି। ଛତିଶଗଡ଼ର ଜଗଦଲପୁରରେ ତାଙ୍କର ଏକ ଚିକେନ କାଉଣ୍ଟର ରହିଛି। ପାକିସ୍ତାନକୁ ବିରୋଧ କରିବାର ଏହି ଅଭିନବ ପ୍ରକ୍ରିୟା ବର୍ତ୍ତମାନ ସେହି ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି। ଯେଉଁ ବ୍ୟକ୍ତି ଅଞ୍ଜଲଙ୍କ ଦୋକାନକୁ ଆସି ପାକିସ୍ତାନ ମୁର୍ଦ୍ଦାବାଦ୍ କହୁଛନ୍ତି, ସେ ତାଙ୍କୁ ୧୦ ଟଙ୍କା ଡିସ୍‌କାଉଣ୍ଟରେ ଚିକେନ୍ ଦେଉଛନ୍ତି। ଦୋକାନ ଆଗରେ ଲାଗିଥିବା ପୋଷ୍ଟରରେ ମଧ୍ୟ ଏହା ଲେଖା ରହିଛି।

Comment