ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ପାକିସ୍ତାନ ସେନା କିମ୍ବା ଜନସାଧାରଣଙ୍କୁ ଟାର୍ଗେଟ କରି କରାଯାଇ ନଥିଲା। ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏହି ଅପରେସନ କରାଯାଇଥିଲା। ଏଲ୍‌ଓସିଠାରୁ ୭୦ କିଲୋମିଟା ଦୂରକୁ ଟାର୍ଗେଟ କରିଥିଲା ବାୟୁସେନା”, କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।

ପାକିସ୍ତାନ ମାଟିରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ ସୁଷମା ଆମେରିକାର ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଇକ ପୋମ୍ପିଓଙ୍କୁ ଅବଗତ କରିଛନ୍ତି। ଏହାସହ ହେବାକୁ ଥିବା ଋଷ-ଭାରତ-ଚୀନର ତ୍ରିପାକ୍ଷିକ ବୈଠକରେ ଏହି ସର୍ଜିକାଲ ଷ୍ଟାଇକ ବାବଦରେ ସବିଶେଷ ତଥ୍ୟ ରଖାଯିବ ବୋଲି ସୁଷମା କହିଛନ୍ତି।

ସୁଷମା ଆହୁରି କହିଛନ୍ତି, “ବାୟୁସେନାର ଏହି ପଦକ୍ଷେପକୁ ସାରା ଦେଶବାସୀ ଗୋଟିଏ ସ୍ୱରରେ ପ୍ରଶଂସା କରୁଛନ୍ତି। ଏଥିରେ ମୁଁ ବହୁତ ଖୁସି।”

ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଭାରତୀୟ ବାହୁସେନାର ଏହି କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରାଯାଇଛି। ସରକାର ଏବଂ ଭାରତୀୟ ଯବାନମାନଙ୍କୁ ସବୁବେଳେ ସମର୍ଥନ ଦିଆଯିବ ବୋଲି ସବୁ ବିରୋଧୀ ଦଳ କହିଛନ୍ତି।

Comment