ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ଦିନରେ ଶିଶୁଙ୍କ ପାଠପଢ଼ା ଉପରେ ସରକାର ବେଶ ଗୁରୁତ୍ୱ ଦେଉଛନ୍ତି। ଆମେରିକାର ଲାରାମି ସହରରେ ଏମିତି ଏକ ସ୍କୁଲ ଅଛି ଯେଉଁଠି ଜଣେ ଶିଶୁକୁ ପାଠପଢ଼ାଇବା ପାଇଁ ସରକାର କୋଟିଏ ଟଙ୍କା ଖର୍ଚ୍ଚ କରି ସ୍କୁଲ ଖୋଲିଛନ୍ତି। ୧୫ ବର୍ଷ ପୂର୍ବେ ଅର୍ଥାତ ୨୦୦୪ ମସିହାରେ ଜଣେ ଶିଶୁକୁ ନେଇ ସ୍କୁଲ ଆରମ୍ଭ ହୋଇଥିଲା।
ଲାରାମିରେ ଜଣେ ମାତ୍ର ଶିଶୁକୁ ନେଇ ସ୍କୁଲ ଖୋଲିବା ପଛରେ କାରଣ ମଧ୍ୟ ରହିଛି। ଏଠାକାର ଅଧିକାଂଶ ଅଞ୍ଚଳ ପାହାଡ଼ ଘେରାରେ ଅବସ୍ଥିତ। ଏହାଛଡ଼ା ପ୍ରଶାସନର ନିୟମ ଅନୁସାରେ ରିହାଇଶି ଅଞ୍ଚଳରେ ଅବସ୍ଥିତ ପିଲାଙ୍କୁ କୌଣସି ଦୂର ସ୍ଥାନରେ ପାଠ ପଢ଼ିବାର ଅନୁମତି ନାହିଁ। ଲାରାମି ପାହାଡିଆ ଅଞ୍ଚଳ ହୋଇଥିବାରୁ ସଡ଼କରେ ଯିବାଆସିବା କରିବାର କଷ୍ଟକର। ଏପରିକି କିଛି ସ୍ଥାନକୁ ଯାତାୟତର ମଧ୍ୟ ବ୍ୟବସ୍ଥା ନାହିଁ।
ଏହି କାରଣରୁ ଏହି ଅଞ୍ଚଳର ପିଲାଙ୍କୁ ଦୂର ସ୍ଥାନକୁ ପାଠପଢ଼ିବାକୁ ଯିବାର ଅନୁମତି ମିଳିନଥାଏ। ଭିଡିଓ କନଫରେନ୍ସି ଜରିଆରେ ପାଠପଢ଼ାଇବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ଶିକ୍ଷକଙ୍କ ଅନୁପସ୍ଥିତିରେ ପିଲାଙ୍କୁ ପାଠ ପଢ଼ାଇବାରେ ଅସୁବିଧା ହେଉଛି।
ବହୁ ପୂର୍ବରୁ ଏହି ଅଞ୍ଚଳରେ ସ୍କୁଲ ରହିଛି, ଯାହାର ନାଁ ହେଉଛି କୌଜି ହଲ ଏଲିମେଣ୍ଟ୍ରି ସ୍କୁଲ। କିଛି ବର୍ଷ ପୂର୍ବେ ଏହି ସ୍କୁଲରେ ୨୪୦ ଶିଶୁଙ୍କୁ ଏକାଠି ପାଠ ପଢ଼ିବାର ସୁବିଧା କରାଯାଇଥିଲା। କିନ୍ତୁ ୨୦୦୪ ପରଠାରୁ ସ୍କୁଲକୁ କେହି ପିଲା ଯାଉନଥିବାରୁ ପାଠପଢ଼ା ବନ୍ଦ ରହିବା ସହ ସ୍କୁଲ ଖାଲିପଡ଼ିଛି।










