ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ସ୍କିମ୍‌ ବିଷୟରେ ଜାଣନ୍ତୁ….

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଉପହାର ଆକାରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ପାଇଁ ନିକଟରେ ଏକ ବଡ଼ ଘୋଷଣା କରିଛନ୍ତି। ଏମଏସଏମ୍ଇ ସେକ୍ଟରର ବିକାଶ ପାଇଁ ମୋଦି ୧୨ଟି ପଦକ୍ଷେପ ଘୋଷଣା କରିଥିଲେ। କିନ୍ତୁ ସବୁଠାରୁ ଚର୍ଚ୍ଚିତ ଘୋଷଣା ହେଉଛି ଏକ ସ୍ୱତନ୍ତ୍ର ଡିଜିଟାଲ ପୋର୍ଟାଲ, ଯାହାକି ମାତ୍ର ଏକ ଘଣ୍ଟା ମଧ୍ୟରେ କୋଟିଏ ଟଙ୍କାର ଋଣ ମଞ୍ଜୁର କରିପାରିବ। ଏହି ସ୍କିମର୍ ଉଦେଶ୍ୟ ହେଉଛି, ଋଣ ମଞ୍ଜୁରୀର ଦୀର୍ଘ ପ୍ରକ୍ରିୟାକୁ ହ୍ରାସ କରିବା ଓ ବିନା ଦୌଡାଦୌଡ଼ିରେ ଶିଳ୍ପଦ୍ୟୋଗୀମାନେ ଯେଉଁଭଳି ଋଣ ପାଇପାରିବେ ତାହାକୁ ସୁଗମ କରିବା।

କି ପ୍ରକାର ଋଣ?
ଋଣର ପରିମାଣ ଦଶ ଲକ୍ଷରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଦିଆ ଯାଇପାରିବ। ସୁଧ ହାର ୮%। ଦରଖାସ୍ତ ଗ୍ରହଣ ଓ ନୀତିଗତ ଭାବେ ଋଣ ମଞ୍ଜୁରୀ ପରେ ୭ ଦିନ ଭିତରେ ଟଙ୍କା ଦିଆଯିବ। ସବୁଠାରୁ ବଡ଼ କଥା ହେଉଛି, ଏହି ଋଣ ପାଇଁ କୌଣସି ବନ୍ଧକ ଦିଆଯିବା ଆବଶ୍ୟକ ନାହିଁ। କାରଣ ଏହି ଅନଲାଇନ ପୋର୍ଟାଲଟି ଏମ୍ଏସଏମ୍ଇ ସହିତ ଜଡିତ କ୍ରେଡ଼ିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ସହିତ ସିଧାସଳଖ ଯୋଡ଼ା ହୋଇଛି।

ପଞ୍ଜିକରଣ ପାଇଁ ଆବେଦନକାରୀଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ। ଯେଉଁ ସଂସ୍ଥାମାନେ ଋଣ ଦେଉଛନ୍ତି ସେମାନଙ୍କ ସ୍କିମ ସହିତ ଯଦି ଆବେଦନକାରୀଙ୍କ ଦରଖାସ୍ତ ମେଳ ଖାଉଛି ଓ ଯେଉଁମାନେ ଋଣ ନେବାକୁ ପ୍ରକୃତରେ ଆଗ୍ରହୀ ସେମାନଙ୍କୁ ଏକ ମାମୁଲି ଦେୟ ଆକାରରେ ଲକ୍ଷେ ଟଙ୍କା ଦେବାକୁ ହେବ।

କ’ଣ ଡକୁମେଣ୍ଟ ଦରକାର?
ଆବେଦନକାରୀଙ୍କୁ ଋଣ ଦରଖାସ୍ତର ପିଡ଼ିଏଫ ଫର୍ମ ସହ ୬ ମାସର ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ ଦେବାକୁ ହେବ। ତା’ଛଡ଼ା ଇ-କେୱାଇସି ଅପଲୋଡ଼ କରିବାକୁ ପଡ଼ିବ। ଏକ୍ସଏମ୍ଏଲ ଫର୍ମାଟରେ ବିଗତ ତିନି ବର୍ଷର ଆୟକର ରିଟର୍ଣ୍ଣ ଦାଖଲ କରିବା ଦରକାର।

ଆବେଦନକାରୀଙ୍କୁ ଜିଏସ୍‌ଟି ଆଇଡି ୟୁଜରନେମ ଓ ପାସ ୱାର୍ଡ ମଗାଯିବ। ଆହୁରି ମଧ୍ୟ ଋଣ ଗ୍ରହୀତାଙ୍କୁ ନିଜ ଉଦ୍ୟୋଗ / କାରଖାନାର ମାଲିକାନା କାଗଜପତ୍ର ଦାଖଲ କରିବା ପାଇଁ ହେବ। ଆବେଦନକାରୀ ନିଜ ଶିକ୍ଷାଗତ ଯୋଗ୍ୟତା ଓ ବ୍ୟକ୍ତିଗତ ବିବରଣୀ ବି ପ୍ରଦାନ କରିବେ।

ଏହି ସମଗ୍ର ପ୍ରକ୍ରିୟା ପାଇଁ ୯ଟି ଚରଣ ରହିଛି। ପ୍ରଥମେ ଆବେଦନକାରୀ www.psbloansin59minutes.comକୁ ଯାଇ ନିଜ ନାମ, ଇମେଲ ଆଇଡ଼ି ଓ ମୋବାଇଲ ନମ୍ବର ଦେଇ ଦରଖାସ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ହେବ। ଓଟିପି ଆସିବା ପରେ ବାକି ତକ ଚରଣ ଭରିବାକୁ ହେବ।

Comment