ଓଡ଼ିଶାଲାଇଭ୍ ବ୍ୟୁରୋ

corona update

  • ଗୋଟିଏ ଦିନରେ ୧୪,୯୩୩ ଜଣ ନୂଆ ପଜିଟିଭ୍ 
  • ୨୪ ଘଣ୍ଟା ମଧ୍ୟରେ ୩୧୨ ଜଣ ଆକ୍ରାନ୍ତ ମୃତ
  • ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୦,୨୧୫କୁ ବୃଦ୍ଧି

ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଦେଶରେ ୧୪,୯୩୩ ଲୋକ ନୂଆକରି ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୧୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ  ଚିହ୍ନଟ ହୋଇଥିବା ପଜିଟିଭ୍ କେସକୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୪୦ ହଜାର ୨୧୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଏବେ ସୁଦ୍ଧା ୨ ଲକ୍ଷ ୪୮ ହଜାର ୧୮୯ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୧ ଲକ୍ଷ ୭୮ ହଜାର ୧୪ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି। କରୋନାରେ ସମୁଦାୟ ୧୪୦୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି।

କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସବୁଦିନ ଭଳି ଉପରେ ରହିଛି। ସେଠାରେ ୧ ଲକ୍ଷ ୩୫ ହଜାରରୁ ଅଧିକ ଲୋକ ସଂକ୍ରମିତହୋଇଥିବାବେଳେ ୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ସେହିପରି ଦିଲ୍ଲୀରେ ୨୨୩୩, ଗୁଜରାଟରେ ୧୬୮୪, ତାମିଲନାଡୁରେ ୭୯୪ ଜଣ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

Comment